Advertisment

କରୋନା ମାଡ଼: କୁଆଡ଼େ ଗଲା ସ୍ୱତନ୍ତ୍ର ଟ୍ରେନ୍?

ରାଇପୁର: କରୋନା ଲକ୍‌ଡା‌ଉନ୍‌ ଦେଶର ଅର୍ଥନୈତିକ ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ ଗରିବ ଓ ଶ୍ରମିକ ଶ୍ରେଣୀ ଲୋକଙ୍କ ପେଟରେ ମାଡ଼ କରିଛି। ଲକ୍‌ଡା‌ଉନ୍ ଯୋଗୁ କାମ-ଧନ୍ଦା ହରାଇ, ଖାଦ୍ୟାଭାବରେ ଶ୍ରମିକମାନଙ୍କ ଘରକୁ ଫେରିବାର ଚିତ୍ର ଲଗାତର ସାମ୍ନାକୁ ଆସୁଛି। ତେବେ ପୁଣି ଛତିଶଗଡ଼ ରାଇପୁରରେ ଏଭଳି କିଛି କରୁଣ ଚିତ୍ର ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଭାବୁକ କରିଦେଇପାରେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା ଭଳି ବିପଦ ପଡ଼ିଲେ ସଭିଏଁ ଘରକୁ ମୁହାଁଇଥାନ୍ତି। ନିଜ ଜନ୍ମମାଟିରେ କାମଧନ୍ଦା […]

author-image
Pragnya Choudhury
ଅଦ୍ୟତନ ହୋଇଛି
କରୋନା ମାଡ଼: କୁଆଡ଼େ ଗଲା ସ୍ୱତନ୍ତ୍ର ଟ୍ରେନ୍?

labourer

ରାଇପୁର: କରୋନା ଲକ୍‌ଡା‌ଉନ୍‌ ଦେଶର ଅର୍ଥନୈତିକ ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ ଗରିବ ଓ ଶ୍ରମିକ ଶ୍ରେଣୀ ଲୋକଙ୍କ ପେଟରେ ମାଡ଼ କରିଛି। ଲକ୍‌ଡା‌ଉନ୍ ଯୋଗୁ କାମ-ଧନ୍ଦା ହରାଇ, ଖାଦ୍ୟାଭାବରେ ଶ୍ରମିକମାନଙ୍କ ଘରକୁ ଫେରିବାର ଚିତ୍ର ଲଗାତର ସାମ୍ନାକୁ ଆସୁଛି। ତେବେ ପୁଣି ଛତିଶଗଡ଼ ରାଇପୁରରେ ଏଭଳି କିଛି କରୁଣ ଚିତ୍ର ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଭାବୁକ କରିଦେଇପାରେ।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା ଭଳି ବିପଦ ପଡ଼ିଲେ ସଭିଏଁ ଘରକୁ ମୁହାଁଇଥାନ୍ତି। ନିଜ ଜନ୍ମମାଟିରେ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦୁଇପଇସା ରୋଜଗାର ପାଇଁ ଯାଇଥିବା ଶ୍ରମିକଙ୍କ ମୁଣ୍ଡରେ ଯେପରି କରୋନା ଚଡ଼କ ପକାଇଛି। ଲକ୍‌ଡା‌ଉନ୍ ଯୋଗୁ ସବୁକିଛି ଠପ୍ ହୋଇଯାଇଥିବା ବେଳେ ଏମାନେ ନିଜ ବେଉସା ହରାଇଛନ୍ତି। ପେଟକୁ ଗଣ୍ଡେ ଦାନା ମିଳୁନି ତଥାପି କଳେ, ବଳେ, କୌଶଳେ ଘରକୁ ଫେରିଯିବାକୁ ଚାହୁଁଛନ୍ତି। ଏଭଳି ସ୍ଥଳେ ଅନେକଙ୍କ ଦୁର୍ଘଟଣାରେ ଜୀବନ ଗଲାଣି ତ ଅନେକ ଭୋକ ଉପାସରେ ଅଧା ରାସ୍ତାରେ ଟଳି ପଡ଼ିଲେଣି। ଆଉ କେତେଜଣ ଏବେ ବି ସଂଘର୍ଷ ଚଳାଇଛନ୍ତି।

ଛତିଶଗଡ଼ରୁ ଏଭଳି କିଛି ଦୃଶ୍ୟ ଏବେ ସୋଶାଲ ମିଡିଆକୁ ଆନ୍ଦୋଳିତ କରିଛି। ଏହି କରୁଣ ଦୃଶ୍ୟ ଦେଖିଲେ ଯେ କେହି ବି ଭାବ ବିହ୍ୱଳ ହୋଇଯିବେ। ଅନେକ ପ୍ରବାସୀ ଶ୍ରମିକ ଏକ ଟ୍ରକରେ ଚଢ଼ୁଥିବା ଦେଖିବାକୁ ମିଳିଛି। ଯଦିଓ ଟ୍ରକଟି ପ୍ରାୟତଃ ଗହଳିପୂର୍ଣ୍ଣ ଅଛି, ତଥାପି ଛୋଟ ଛୋଟ କଅଁଳ ଶିଶୁମାନଙ୍କୁ ଧରି ମହିଳା, ପୁରୁଷ ଦଉଡ଼ି ସାହାଯ୍ୟରେ ଟ୍ରକ ଉପରକୁ ଚଢ଼ୁଛନ୍ତି। ଏତିକି ବେଳେ ଜଣେ ପୁରୁଷ ମହିଳାଙ୍କ ହାତରୁ ଶିଶୁକୁ ଗୋଟିଏ ହାତରେ ଟାଣି ନେଇ ଅନ୍ୟ ହାତ ଟ୍ରକରେ ଲାଗିଥିବା ଦଉଡ଼ିକୁ ଭିଡ଼ି ଧରିଛନ୍ତି। ଏ ଦୃଶ୍ୟ ଏବଂ ଏକ ୨୦ ସେକେଣ୍ଡର ଭିଡିଓ ସୋଶାଲ ମିଡିଆରେ ଏବେ ଭାଇରାଲ ହେଉଛି। ଭିଡିଓରେ ଶାଢ଼ି ପିନ୍ଧିଥିବା ମହିଳାମାନେ ମଧ୍ୟ ସମାନ ଭାବରେ ଚଢ଼ିବାକୁ ଚେଷ୍ଟା କରୁଥିବା ନଜରକୁ ଆସିଛି।

Advertisment

ସୂଚନା ଅନୁସାରେ, ଏହି ଶ୍ରମିକମାନେ ତେଲେଙ୍ଗାନାରୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି। ତେବେ ଘରକୁ ଫେରିବା ଲାଗି ଅନ୍ୟ ବାଟ ନପାଇ ଏଭଳି ଓହଳି, ଝୁଲି, ଗୋରୁ ଭଳି ଲଦି ହୋଇ ଆସିବାକୁ ଶ୍ରେୟ ମଣିଛନ୍ତି। ସେମାନେ ଅସହାୟ ଓ କ’ଣ କରିବେ ଜାଣି ନାହାନ୍ତି। ଯେମିତି ହେଲେ ବି ଝାରଖଣ୍ଡରେ ସେମାନେ ପହଞ୍ଚିବେ ବୋଲି ଜଣେ ଶ୍ରମିକ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ଅନ୍ୟପଟେ ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିଛନ୍ତି। ହେଲେ ଶ୍ରମିକମାନଙ୍କ ନିକଟରେ ସେ ବ୍ୟବସ୍ଥା ଓ ସୂଚନା ଅପହଞ୍ଚ। ଏଣୁ ଏଭଳି ଅଭାବନୀୟ ଦୃଶ୍ୟ ଲଗାତର ସାମ୍ନାକୁ ଆସୁଛି।