Advertisment

ଭାରତରେ ଏଣ୍ଟ୍ରି କଲା କରୋନାର ନୂଆ ଷ୍ଟ୍ରେନ୍, ୬ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଭାରତରେ କରୋନାର ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତରେ ଏବେ କରୋନା ଭାଇରସର ଏହି ନୂଆ ଷ୍ଟ୍ରେନ୍‌ର ୬ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ଭାରତ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ରୁ ଫେରିଥିବା ୬ଜଣଙ୍କ ଭିତରେ କରୋନାର ନୂଆ ଷ୍ଟ୍ରେନର ଲକ୍ଷଣ ଦେଖାଦେଇଛି। ଏଥିରେ ବେଙ୍ଗାଲୁରୁର ସର୍ବାଧିକ ୩ଣଜ, ହାଇଦ୍ରାବାଦରୁ ୨ଜଣ ଏବଂ ପୁଣେରୁ ଜଣେ ଚିହ୍ନଟ ହୋଇଛନ୍ତି। ୟୁକେରୁ ଫେରିଥିବା ଲୋକଙ୍କର […]

ଅଦ୍ୟତନ ହୋଇଛି
ଭାରତରେ ଏଣ୍ଟ୍ରି କଲା କରୋନାର ନୂଆ ଷ୍ଟ୍ରେନ୍, ୬ ପଜିଟିଭ୍ ଚିହ୍ନଟ

corona-new-strain

Advertisment

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଭାରତରେ କରୋନାର ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତରେ ଏବେ କରୋନା ଭାଇରସର ଏହି ନୂଆ ଷ୍ଟ୍ରେନ୍‌ର ୬ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ଭାରତ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ରୁ ଫେରିଥିବା ୬ଜଣଙ୍କ ଭିତରେ କରୋନାର ନୂଆ ଷ୍ଟ୍ରେନର ଲକ୍ଷଣ ଦେଖାଦେଇଛି। ଏଥିରେ ବେଙ୍ଗାଲୁରୁର ସର୍ବାଧିକ ୩ଣଜ, ହାଇଦ୍ରାବାଦରୁ ୨ଜଣ ଏବଂ ପୁଣେରୁ ଜଣେ ଚିହ୍ନଟ ହୋଇଛନ୍ତି। ୟୁକେରୁ ଫେରିଥିବା ଲୋକଙ୍କର ଜିନୋମ୍ ସିକ୍ୱେନ୍ସିଂ କରାଯାଇଥିଲା, ଯାହାର ରିପୋର୍ଟ ମଙ୍ଗଳବାର ଜାରି କରାଯାଇଛି।

Advertisment

ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ୟୁକେରୁ ପ୍ରାୟ ୩୩ହଜାର ଯାତ୍ରୀ ଫେରିଛନ୍ତି। ସମସ୍ତ ଫେରନ୍ତାଙ୍କୁ ଟ୍ରାକ୍ କରାଯାଇଛି ଏବଂ ସେମାନଙ୍କର ପରୀକ୍ଷା ମଧ୍ୟ କରାଯାଇଛି। ଏଥିରେ ମୋଟ ୧୧୪ଜଣ କରୋନାରେ ପଜିଟିଭ୍ ବାହାରିଥିଲେ। ଯାହା ପରେ ସମସ୍ତଙ୍କର ସାମ୍ପୁଲକୁ ଦେଶର ୧୦ଟି ଲ୍ୟାବ (କୋଲକାତା, ଭୁବନେଶ୍ୱର, ଏନଆଇଭି ପୁଣେ, ସିସିଏସ ପୁଣେ, ସିସିଏଫଡି ହାଇଦ୍ରାବାଦ, InSTEM ହାଇଦ୍ରାବାଦ, NIMHANS ବେଙ୍ଗାଲୁରୁ, IGIB ଦିଲ୍ଲୀ, NCDC ଦିଲ୍ଲୀ)କୁ ପଠାଯାଇଥିଲା।

ଏଥିରେ ମୋଟ ୬ଜଣଙ୍କର ସାମ୍ପୁଲ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କୁ ରାଜ୍ୟ ସରକାରଙ୍କ ସେଲଫ ଆଇସୋଲେସନ୍ ରୁମରେ ରଖାଯାଇଛି। ଏପରିକି ସେମାନଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଥିବା ବେଳେ ଅନ୍ୟ ଯାତ୍ରୀଙ୍କ ସୂଚନା ମଧ୍ୟ ସଂଗ୍ରହ କରାଯାଉଛି।

Advertisment

ସୂଚନାଯୋଗ୍ୟ, ବ୍ରିଟେନରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକମାନେ କହିଥିଲେ ଯେ ଏହି ଭାଇରସ୍ ୭୦ ପ୍ରତିଶତ ଅଧିକ ଦ୍ରୁତରେ ବ୍ୟାପିଥାଏ। ଯେଉଁକାରଣରୁ ଏହି ନୂଆ ଷ୍ଟ୍ରେନକୁ ନେଇ ସତର୍କତା ଅବଲମ୍ବନ କରାଯାଉଛି। ତେବେ ଯେଉଁ କମ୍ପାନୀ ଭ୍ୟାକସିନ୍ ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ଉପରେ କରୋନାର ଏହି ନୂଆ ଷ୍ଟ୍ରେନ୍ କୌଣସି ପ୍ରଭାବ ପକାଇବ ନାହିଁ।

ଅଧିକ ପଢନ୍ତୁ: ୬୨ ବ୍ରିଟେନ୍ ଫେରନ୍ତାଙ୍କ ପତ୍ତା ମିଳୁନି

କରୋନାର ଏହି ନୂଆ ଷ୍ଟ୍ରେନର ଆରମ୍ଭ ବ୍ରିଟେନରୁ ହୋଇଥିଲା। ଯାହା ପରେ ୟୁରୋପର କିଛି ଦେଶରେ ଏହି ଷ୍ଟ୍ରେନ୍ ଦେଖା ଦେଇଥିଲା। ମିଳିଥିବା ସୂଚନା ମୁତାବକ, ଡେନମାର୍କ, ନେରଦଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ୍, ସିଙ୍ଗାପୁରରେ କରୋନାରେ ନୂଆ ଷ୍ଟ୍ରେନର ମାମଲା ଦେଖା ଦେଇଛି।

New Coronavirus Strain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe