Advertisment

ଆହୁରି ୬ ମାସ ମାସ୍କକୁ ବାଧ୍ୟତାମୂଳକ କଲେ ସରକାର

ମୁମ୍ବାଇ: ଭାରତରେ କରୋନା ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ମହାରାଷ୍ଟ୍ର। ଏବେବି ଏହି ରାଜ୍ୟ ଉପରକୁ ବିପଦ ଟଳିନି। ଏଥିରୁ ରକ୍ଷା ପାଇବା ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୬ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୬ ମାସ ପର୍ଯ୍ୟନ୍ତ ରାଜ୍ୟର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଅଭ୍ୟାସରେ ପରିଣତ ହେବା ଦରକାର। ତେବେ ମାସ୍କ ନପିନ୍ଧିଲେ କ’ଣ […]

author-image
Ranjit Kumar Jena
ଆହୁରି ୬ ମାସ ମାସ୍କକୁ ବାଧ୍ୟତାମୂଳକ କଲେ ସରକାର

mask

ମୁମ୍ବାଇ: ଭାରତରେ କରୋନା ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ମହାରାଷ୍ଟ୍ର। ଏବେବି ଏହି ରାଜ୍ୟ ଉପରକୁ ବିପଦ ଟଳିନି। ଏଥିରୁ ରକ୍ଷା ପାଇବା ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୬ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୬ ମାସ ପର୍ଯ୍ୟନ୍ତ ରାଜ୍ୟର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଅଭ୍ୟାସରେ ପରିଣତ ହେବା ଦରକାର। ତେବେ ମାସ୍କ ନପିନ୍ଧିଲେ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏ ନେଇ କୌଣସି ସୂଚନା ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଠାକରେ ଆହୁରି କହିଛନ୍ତି, ବିଶେଷଜ୍ଞମାନେ ପୁଣିଥରେ ନାଇଟ୍ କର୍ଫ୍ୟୁ ବା ଆଉ ଲକଡାଉନ୍ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। କିନ୍ତୁ ଆମ ସରକାର ଏହାକୁ ସମର୍ଥନ କରିବ ନାହିଁ। ଯାହାର ଅର୍ଥ ରାଜ୍ୟରେ ଆଉ ନାଇଟ୍ କର୍ଫ୍ୟୁ ବା ଲକଡାଉନ୍ ଲାଗୁ ହେବନି। ରାଜ୍ୟରେ କରୋନାଭାଇରସ ଉପରେ ସମ୍ପୂର୍ଣ୍ଣ ରୂପେ ଲଗାଇ ଲଗାଯାଇ ପାରିବନାହିଁ। ଅତିକମରେ ଆମକୁ ଆହୁରି ୬ମାସ ମାସ୍କ ପିନ୍ଧିବା ଦରକାର।

ସୂଚନାଯୋଗ୍ୟ, ଶନିବାର ମହାରାଷ୍ଟ୍ରରେ ୩୯୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୯୨,୭୦୭ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୭୪ଜଣ ଲୋକଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୮,୬୪୮ରେ ପହଞ୍ଚିଛି।

Advertisment