/odisha-reporter/media/post_attachments/uploads/2020/12/virus-1.jpg)
virus
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୧୦ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୫୪ ହେଉଛି ଲୋକାଲ୍ କେସ୍।
ଜିଲ୍ଲା ସହିତ ଷ୍ଟେଟ୍ ପୁଲ୍ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନୁଗୁଳ ଜିଲ୍ଲାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨, ବରଗଡ଼ରୁ ୧୬ , ଭଦ୍ରକରୁ ୧୩ , ବଲାଙ୍ଗିରରୁ ୨୨, କଟକରୁ୨୨ , ଗଞ୍ଜାମରୁ ୭, ଗଜପତିରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜଗତସିଂହପୁରରୁ ୪ , ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୫, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୧୩, କୋରାପୁଟରୁ ୩ , ମୟୂରଭଞ୍ଜରୁ ୨୬ , ନବରଙ୍ଗପୁରରୁ ୯ , ନୟାଗଡ଼ରୁ ଜଣେ , ନୂଆପଡ଼ାରୁ ୧୧ , ପୁରୀରେ ୧୧ , ରାୟଗଡ଼ାରୁ ଜଣେ, ସମ୍ବଲପୁରରେ ୧୫ ଓ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଷ୍ଟେଟ୍ ପୁଲ୍ରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ରୁ , ଢେଙ୍କାନାଳ, କନ୍ଧମାଳରେ, ମାଲକାନଗିରି ସମେତ ୫ ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୨୭୯ ରେ ପହଞ୍ଚିଥିବା ବେଳେ ୩୨୨୩୪୪ ସୁସ୍ଥ ହୋଇ ଘରକୁ ଫେରିଲେଣି। ରାଜ୍ୟରେ ଏବେ ୩୦୩୬ ଆକ୍ଟିଭ କେସ୍ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
