corona-2.1
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଏବେ ୧୦ ତଳେ ରହିଛି। ରାଜ୍ୟରେ ନୂଆ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୮୪ରେ ପହଞ୍ଚିଛି ।
ନୂଆ ୬ ମୃତକଙ୍କ ମଧ୍ୟରେ ପୁରୀରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର, ଖୋର୍ଦ୍ଧା ଓ ଝାରସୁଗୁଡ଼ାରୁ ଜଣେ ଲେଖା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୬ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି।
ଝାରସୁଗୁଡ଼ାରୁ ଜଣେ ୩୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ପୂର୍ବରୁ କିଡନୀ , ଉଚ୍ଚ ରକ୍ତଚାପ ପରି ସମସ୍ୟାରେ ପୀଡ଼ିତ ଥିଲେ। ସେହିପରି ପୁରୀରୁ ଜଣେ ୩୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପୀଡ଼ିତ ଥିଲେ। ଏହାବ୍ୟତୀତ ପୁରୀରୁ ଜଣେ ୪୭ ବର୍ଷୀୟ ବ୍ୟକ୍ତି କରୋନାରେ ଆଖି ବୁଜିଥିବା ବେଳେ ସେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିଲେ।
ସମ୍ବଲପୁରର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ପୂର୍ବରୁ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ସୁନ୍ଦରଗଡ଼ର ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ପୂର୍ବରୁ କୀଡନୀ ଓ ଲିଭରଜନିତ ରୋଗରେ ପୀଡ଼ିତ ଥିଲେ। ଏହାବ୍ୟତୀତ ଖୋର୍ଦ୍ଧାର ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/corona-2.1.jpg)