ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା କୋପ । ଗତ କିଛି ଦିନ ହେବ ୫୦୦ରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ୧୦ ତଳେ ରହୁଛି। ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୪୪ରେ ପହଞ୍ଚିଯାଇଛି।
ରାଜ୍ୟରେ ୬ ମୃତକଙ୍କ ମଧ୍ୟରେ ସମସ୍ତେ ପୁରୁଷ ଓ ବୟସ୍କ ହୋଇଥିବା ବେଳେ ପୂର୍ବରୁ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୨ ଜଣ ଥିବା ବେଳେ ବାଲେଶ୍ୱର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ଭୁବନେଶ୍ୱରରୁ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି।
ଗଞ୍ଜାମ ଜିଲ୍ଲାରୁ ୨ ମୃତକଙ୍କ ମଧ୍ୟରୁ ଜଣେ ୫୮ ବର୍ଷ ବୟସ ହୋଇଥିବା ବେଳେ ଅନ୍ୟ ଜଣେ ୬୮ ବର୍ଷ ବୟସ୍କ ବୃଦ୍ଧା। ଏହାବ୍ୟତୀତ ବାଲେଶ୍ୱରରେ ଜଣେ ୮୨ ବର୍ଷ ବୟସ୍କ କରୋନାରେ ଆଖି ବୁଜିଥିବା ବେଳେ ଝାରସୁଗୁଡ଼ାରେ ଓ ମୟୂରଭଞ୍ଜରେ ଜଣେ ଲେଖାଏ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ବୟସ ୭୧ ବୋଲି ଜଣାଯାଇଛି।
Regret to inform the demise of six numbers of Covid positive patients while under treatment in hospitals.
1.A 82-year-old male of Balasore district who was also suffering from Hypertension.
— H & FW Dept Odisha (@HFWOdisha) December 2, 2020
2.A 74-year-old male of Bhubaneswar who was also suffering from Diabetes Mellitus, AKI, CAD & Post CABG.
3.A 58-year-old male of Ganjam district who was also suffering from Acute on CKD, metabolic Acidosis & Severe Hyperkalemia.
— H & FW Dept Odisha (@HFWOdisha) December 2, 2020
4.A 68-year-old male of Ganjam district who was also suffering from Diabetes Mellitus, Hypertension, Metabolic Encephalopathy & Chronic Kidney Disease.
5.A 71-year-old male of Jharsuguda district who was also suffering from Diabetes Mellitus, CAD & CABG.
— H & FW Dept Odisha (@HFWOdisha) December 2, 2020
6.A 71-year-old male of Mayurbhanj district who was also suffering from Diabetes Mellitus, Hypertension & Acute Kidney injury.
— H & FW Dept Odisha (@HFWOdisha) December 2, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।