ଆଖି ବୁଜିଲେ ୬ କରୋନା ଆକ୍ରାନ୍ତ , ଗଞ୍ଜାମରୁ କେବଳ ୨

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା କୋପ । ଗତ କିଛି ଦିନ ହେବ ୫୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ୧୦ ତଳେ ରହୁଛି।  ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୪୪ରେ ପହଞ୍ଚିଯାଇଛି। […]

corona-2.4

Niharika Rout
  • Published: Wednesday, 02 December 2020
  • , Updated: 03 December 2020, 11:00 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା କୋପ । ଗତ କିଛି ଦିନ ହେବ ୫୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ୧୦ ତଳେ ରହୁଛି।  ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୪୪ରେ ପହଞ୍ଚିଯାଇଛି।

ରାଜ୍ୟରେ ୬ ମୃତକଙ୍କ ମଧ୍ୟରେ ସମସ୍ତେ ପୁରୁଷ ଓ ବୟସ୍କ ହୋଇଥିବା ବେଳେ ପୂର୍ବରୁ ବିଭିନ୍ନ  ରୋଗରେ ପୀଡ଼ିତ ଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୨ ଜଣ ଥିବା ବେଳେ ବାଲେଶ୍ୱର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ଭୁବନେଶ୍ୱରରୁ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି।

ଗଞ୍ଜାମ ଜିଲ୍ଲାରୁ ୨ ମୃତକଙ୍କ ମଧ୍ୟରୁ ଜଣେ ୫୮ ବର୍ଷ ବୟସ ହୋଇଥିବା ବେଳେ ଅନ୍ୟ ଜଣେ ୬୮ ବର୍ଷ ବୟସ୍କ ବୃଦ୍ଧା। ଏହାବ୍ୟତୀତ ବାଲେଶ୍ୱରରେ ଜଣେ ୮୨ ବର୍ଷ ବୟସ୍କ କରୋନାରେ ଆଖି ବୁଜିଥିବା ବେଳେ ଝାରସୁଗୁଡ଼ାରେ ଓ ମୟୂରଭଞ୍ଜରେ ଜଣେ ଲେଖାଏ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ବୟସ ୭୧ ବୋଲି ଜଣାଯାଇଛି।

Related story