ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମରେ ଥିବା ଆଇସୋଲେସନ୍ ବ୍ୟବସ୍ଥା ପାଇଁ ଜାରି ହେଲା ନୂଆ ଏସ୍ଓପି । ହୋମ୍ ଓ ପେଡ୍ ଆଇସୋଲେସନ୍ରେ ଥିବା ବ୍ୟକ୍ତିଙ୍କ ଉପରେ ଏଣିକି ବିଏମ୍ସି ପକ୍ଷରୁ ରଖାଯିବ କଡ଼ା ନଜର । ୨୪ ଘଣ୍ଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ନେଇ ବିଏମ୍ସି ପକ୍ଷରୁ ବ୍ୟବସ୍ଥା ହୋଇଛି ।
ହୋମ୍ ଆଇସୋଲେସନ୍ରେ ଥିବା ଲକ୍ଷଣବିହୀନ ଓ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସ୍ଥିତିକୁ ଦେଖି ସେବା ଯୋଗାଯିବ । କେଉଁ ବ୍ୟକ୍ତି କେତେ ଦିନ ଆଇସୋଲେସନରେ ରହିଛନ୍ତି ତଥା ଆବଶ୍ୟକତା ଅନୁସାରେ ସେମାନଙ୍କୁ ସେବା ଯୋଗାଯିବ । ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ ୨୪ ଘଣ୍ଟିଆ ଟେଲିଫୋନ୍ ସେବା ଉପଲବ୍ଧ ରହିବ। ସେହି ଫୋନ୍ ନମ୍ବର ଦୁଇଟି ହେଲା, ୧୮୦୦ ୩୪୫ ୦୦୬୧ ଏବଂ ୦୬୭୪-୨୪୩୧୨୫୩ । ଯେଉଁଥିରେ ଆୟୂଷ ଡାକ୍ତର ଓ ସହାୟକ ଆକ୍ରାନ୍ତଙ୍କୁ ସାହାଯ୍ୟ କରିବେ । ତିନୋଟି ସିଫ୍ଟରେ ଡାକ୍ତରଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି ।
ଏହାସହ ପ୍ରତ୍ୟେକ ଜୋନ୍ରେ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମହଜୁଦ୍ ରଖିବା ନେଇ ଏସ୍ଓପିରେ ଉଲ୍ଲେଖ ରହିଛି। ଏହାଛଡ଼ା ଆକ୍ରାନ୍ତଙ୍କୁ କେଉଁଠାକୁ ସ୍ଥାନାନ୍ତର କରାଗଲା ସେ ନେଇ ମଧ୍ୟ ସବିଶେଷ ତଥ୍ୟ ରଖାଯିବା ବ୍ୟବସ୍ଥା ହୋଇଛି ।