Advertisment

"ଟିକା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ"

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବେ ମିଳିବ କରୋନା ଟିକା। ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ଏହି କ୍ରମରେ କରୋନା ଟିକା ପାଇଁ ଓଡ଼ିଶାର ପ୍ରସ୍ତୁତିକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ନବ ଦାସ କହିଛନ୍ତି, ଟିକା ପାଇଁ କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ୍ ଦେଇଥିଲେ, ତା’ର ପ୍ରସ୍ତୁତି ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ପୂରା ଖସଡା ପ୍ରସ୍ତୁତ ହୋଇନାହିଁ। ପୂରା ପ୍ରକ୍ରିୟା ଶେଷ ହେବା ପରେ ତା’ର ସୂଚନା ଦିଆଯିବ। […]

ଯୋଗ୍ୟ ଡାକ୍ତର ନଥିବାରୁ ବାହାର ରାଜ୍ୟରୁ ଡାକ୍ତରଙ୍କୁ ମିଳିବ ନିଯୁକ୍ତି : ସ୍ୱାସ୍ଥ୍ୟ ମନ୍ତ୍ରୀ

minister

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବେ ମିଳିବ କରୋନା ଟିକା। ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ଏହି କ୍ରମରେ କରୋନା ଟିକା ପାଇଁ ଓଡ଼ିଶାର ପ୍ରସ୍ତୁତିକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ନବ ଦାସ କହିଛନ୍ତି, ଟିକା ପାଇଁ କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ୍ ଦେଇଥିଲେ, ତା’ର ପ୍ରସ୍ତୁତି ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ପୂରା ଖସଡା ପ୍ରସ୍ତୁତ ହୋଇନାହିଁ। ପୂରା ପ୍ରକ୍ରିୟା ଶେଷ ହେବା ପରେ ତା’ର ସୂଚନା ଦିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ଏବଂ ପ୍ରସୂତୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

Advertisment

ସୂଚନଯୋଗ୍ୟ, ଟିକା ପାଇଁ ଏଯାବତ ୯୮% ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଇସାରିଛନ୍ତି। ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ ୩୬୮୩ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସଂସ୍ଥାରୁ ଡାଟା ମଗାଯାଇଥିଲା। ସେଥିରୁ ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସଂପର୍କରେ ଡାଟା ଦେଇଛନ୍ତି।

ମୋଟ ୩ ଲକ୍ଷ ୨୭୦୮ ଲୋକଙ୍କ ଡାଟା ଟାର୍ଗେଟ ରହିଛି। ଅକ୍ଟୋବର ୩୧ ସୁଦ୍ଧା ୨ ଲକ୍ଷ ୯୫ ହଜାର ୩୪୯ଜଣଙ୍କ ଡାଟା ମିଳିଛି। ମୋଟ ଉପରେ ୯୪% ସଂସ୍ଥା ଓ ୯୮% ବ୍ୟକ୍ତିଙ୍କ ଡାଟା ମିଳିଛି। ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ମାଗିଥିଲେ ରାଜ୍ୟ ସରକାର।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe