Advertisment

ଦିନକରେ ଦେଶର ଅଧା ଲୋକଙ୍କର କରାଗଲା କରୋନା ଟେଷ୍ଟ

ନୂଆଦିଲ୍ଲୀ: କରୋନାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ୟୁରୋପିଆନ୍ ଦେଶଗୁଡ଼ିକରେ ଏବେ କରୋନାର ୟୁଟର୍ଣ୍ଣ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହିକ୍ରମରେ ୟୁରୋପୀୟ ଦେଶ ସ୍ଲୋଭାକିଆରେ ଦିନକ ଭିତରେ ଅଧା ଜନସଂଖ୍ୟାର କୋଭିଡ୍ ଟେଷ୍ଟ କରି ନୂଆ ରେକର୍ଡ କରିଛି। ସ୍ଲୋଭାକିଆର ଜନସଂଖ୍ୟା ହେଉଛି ୫୫ଲକ୍ଷ। ଦେଶରେ ଦୁଇଦିନର ଲକଡାଉନର ପ୍ରଥମ ଦିନରେ ସ୍ଲୋଭାକିଆରେ କୋଭିଡ୍ ଟେଷ୍ଟିଂର ବହୁତ ବଡ଼ ଅଭିଯାନ ଆରମ୍ଭ କରାଯାଇଛି। ଏକ ରିପୋର୍ଟ ମୁତାବକ, କରୋନା ମାମଲା ଲଗାତର […]

author-image
Ranjit Kumar Jena
ଦିନକରେ ଦେଶର ଅଧା ଲୋକଙ୍କର କରାଗଲା କରୋନା ଟେଷ୍ଟ

covid19

ନୂଆଦିଲ୍ଲୀ: କରୋନାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ୟୁରୋପିଆନ୍ ଦେଶଗୁଡ଼ିକରେ ଏବେ କରୋନାର ୟୁଟର୍ଣ୍ଣ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହିକ୍ରମରେ ୟୁରୋପୀୟ ଦେଶ ସ୍ଲୋଭାକିଆରେ ଦିନକ ଭିତରେ ଅଧା ଜନସଂଖ୍ୟାର କୋଭିଡ୍ ଟେଷ୍ଟ କରି ନୂଆ ରେକର୍ଡ କରିଛି। ସ୍ଲୋଭାକିଆର ଜନସଂଖ୍ୟା ହେଉଛି ୫୫ଲକ୍ଷ। ଦେଶରେ ଦୁଇଦିନର ଲକଡାଉନର ପ୍ରଥମ ଦିନରେ ସ୍ଲୋଭାକିଆରେ କୋଭିଡ୍ ଟେଷ୍ଟିଂର ବହୁତ ବଡ଼ ଅଭିଯାନ ଆରମ୍ଭ କରାଯାଇଛି।

Advertisment

ଏକ ରିପୋର୍ଟ ମୁତାବକ, କରୋନା ମାମଲା ଲଗାତର ବଢ଼ୁଥିବାର ଦେଖି ସ୍ଲୋଭାକିଆ ଏହି ବଡ଼ ଟେଷ୍ଟିଂ ପ୍ରକ୍ରିୟାରେ ଲୋକଙ୍କ ପାଇଁ ବହୁତ କଠୋର ଗାଇଡଲାଇନ୍ ଜାରି କରିଥିଲା। ସ୍ଲୋଭାକିଆର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୁତାବକ, ପ୍ରଥମ ଦିନରେ ପାଖାପାଖି ୨୬ଲକ୍ଷ ଲୋକଙ୍କର ଟେଷ୍ଟ କରାଯାଇଛି। ଏଥିମଧ୍ୟରୁ ୧ ପ୍ରତିଶତ ଲୋକେ ଅର୍ଥାତ୍ ୨୬ହଜାର ଲୋକ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

କରୋନାକୁ କାବୁ କରିବା ପାଇଁ ସ୍ଲୋଭାକିଆ ସରକାର ବର୍ତ୍ତମାନ ଯେଉଁ ପନ୍ଥା ଆପଣାଇଛନ୍ତି, ତାକୁ ଏବେ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅନୁସରଣ କରିପାରନ୍ତି। ଏହି ବୃହତ ସଂଖ୍ୟକ ଟେଷ୍ଟିଂ କରାଇବା ଲାଗି ସ୍ଲୋଭାକିଆରେ ୪୦ହଜାର ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଥିଲେ। ସେମାନଙ୍କୁ ସହାୟତା କରିବା ପାଇଁ ସେନା, ପୁଲିସ୍, ପ୍ରଶାସକ ଓ ଅନ୍ୟ ସ୍ୱୟଂସେବକ ସଂସ୍ଥାକୁ ନିୟୋଜିତ କରାଯାଇଥିଲା। ପୂରା ଦେଶରେ ଟେଷ୍ଟିଂ ପାଇଁ ୫ହଜାର କ୍ୟାମ୍ପ ଲଗାଯାଇଛି। ଦେଶରେ ଟେଷ୍ଟିଂ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି।

Advertisment

ତେବେ ସରକାର ଲୋକଙ୍କୁ ଟେଷ୍ଟିଂ ନକରାଇବା ଲାଗି ବିକଳ୍ପ ମଧ୍ୟ ଦେଇଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନେ ଟେଷ୍ଟିଂ କରାଇବେ ନାହିଁ, ସେମାନେ ଲକଡାଉନରେ ରହିବେ। ସୂଚନାଯୋଗ୍ୟ, କରୋନା ବଢ଼ୁଥିବାର ଦେଖି ଫ୍ରାନ୍ସ ଓ ବ୍ରିଟେନ୍ ଭଳି ୟୁରୋପିଆନ୍ ଦେଶ ପୁଣିଥରେ ଲକଡାଉନ୍ ଘୋଷଣା କରିଛନ୍ତି।