/odisha-reporter/media/post_attachments/uploads/2020/09/corona-3.4.jpg)
corona-3.4
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୭୩ରେ ପହଞ୍ଚିଛି।
ଏହି ୨ ମୃତକଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ। ମୃତ ମହିଳା ଜଣଙ୍କ ଭୁବନେଶ୍ୱରର ବାସିନ୍ଦା ଥିଲେ। ତାଙ୍କୁ ୫୭ ବର୍ଷ ହୋଇଥିଲା। ତାଙ୍କର କିଡ୍ନୀ ଜନିତ ସମସ୍ୟା ସହିତ ଉଚ୍ଚରକ୍ତଚାପ ମଧ୍ୟ ଥିଲା। ସେହିଭଳି ଅନ୍ୟ ମୃତକ ଜଣଙ୍କ ପୁରୀ ଜିଲ୍ଲାର ଥିଲେ। ତାଙ୍କୁ ୭୬ ବର୍ଷ ହୋଇଥିଲା।
ଭୁବନେଶ୍ୱରରେ ଆଉ ଜଣଙ୍କ ମୃତ୍ୟୁ ଘଟିବା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୩ରେ ପହଞ୍ଚି ଯାଇଛି। ସେହିଭଳି ପୁରୀରେ ଏହି ସଂଖ୍ୟା ୧୧୭ ହୋଇଛି।
ଅନ୍ୟପକ୍ଷରେ ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୩୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୧ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୩୪ଟି ହେଉଛି ଲୋକାଲ୍ କେସ୍। କଟକରୁ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ୪୦ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୬୨୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୨୫,୧୦୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨,୫୯୨ ଜଣ ଚିକିତ୍ସାଧୀନ କରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
