Advertisment

କରୋନା ପ୍ରସଙ୍ଗରେ ଚାଇନାର ସୁରକ୍ଷା କବଚ ସାଜିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ !

ନ୍ୟୁୟର୍କ: କରୋନା ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିରୋଧରେ ଆମେରିକା ସରକାର ଆଣିଛି ସାଂଘାତିକ ଅଭିଯୋଗ। କରୋନା ଭାଇରସ ପଶୁଙ୍କ ପାଖରୁ ଉତ୍ପତ୍ତି ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିଥିବା ତଦନ୍ତ ବାବଦରେ କୌଣସି ଦେଶକୁ ସୂଚନା ଦେଉନାହିଁ।  ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ଅଧିକାରୀ ଗେରେଟ୍ ଗ୍ରିସବି ଏହା କହିଛନ୍ତି। WHO ଏହାର ଚାଇନା ତଦନ୍ତ ବାବଦରେ ଅନ୍ୟ ଦେଶକୁ ମତ ଶେୟାର କରୁନାହିଁ ବୋଲି ସେ କହିଛନ୍ତି। ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିର […]

ଅଦ୍ୟତନ ହୋଇଛି
ହୁ’ର ପ୍ରଶଂସା ଓ କଠୋର ଆଇନ

who

Advertisment

ନ୍ୟୁୟର୍କ: କରୋନା ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିରୋଧରେ ଆମେରିକା ସରକାର ଆଣିଛି ସାଂଘାତିକ ଅଭିଯୋଗ। କରୋନା ଭାଇରସ ପଶୁଙ୍କ ପାଖରୁ ଉତ୍ପତ୍ତି ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିଥିବା ତଦନ୍ତ ବାବଦରେ କୌଣସି ଦେଶକୁ ସୂଚନା ଦେଉନାହିଁ।  ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ଅଧିକାରୀ ଗେରେଟ୍ ଗ୍ରିସବି ଏହା କହିଛନ୍ତି। WHO ଏହାର ଚାଇନା ତଦନ୍ତ ବାବଦରେ ଅନ୍ୟ ଦେଶକୁ ମତ ଶେୟାର କରୁନାହିଁ ବୋଲି ସେ କହିଛନ୍ତି।

Advertisment

ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିର ଏକ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗ୍ରିସବି ଏହା କହିଛନ୍ତି। ମିଳିତ ଜାତିସଂଘର ଏହି ବୈଠକ ସପ୍ତାହେ ଧରି ଚାଲିବ।

WHOର ଚାଇନା ମିଶନ ବାବଦରେ ଗ୍ରିସବି କହିଛନ୍ତି ଯେ WHO ସଦସ୍ୟ ଦେଶ ସହିତ ଏବାବଦରେ କୌଣସି ପ୍ରକାର ଆଲୋଚନା କରିନାହିଁ।

Advertisment

ସୂଚନାଯୋଗ୍ୟ, ଚାଇନାରେ ପଶୁଙ୍କ ପାଖରୁ କରୋନା ଭାଇରସ ବ୍ୟାପିଥିବା ଅଭିଯୋଗ ରହିଛି। କିଛି ବୈଜ୍ଞାନିକ ଦାବି କରିଛନ୍ତି ଯେ ଚାଇନା ଏହି ତଦନ୍ତରେ ଅନେକ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ପାଞ୍ଚ କୋଟିରୁ ଅଧିକ ଲୋକ ଏହି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଲକ୍ଷ ଲୋକ ମୃତ୍ୟୁ ବରଣ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe