Advertisment

ଆସନ୍ତାକାଲିଠାରୁ ୫ଟି ସେସନରେ ହେବ ଟିକାକରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପାଇଁ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ଦିନକର ବ୍ରେକ୍ ପରେ ଆସନ୍ତାକାଲିଠାରୁ ପୁଣି ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ତେବେ ସୋମବାରଠାରୁ ଟିକାକରଣ ବ୍ୟାପକ ଆରମ୍ଭ ହେବ। ସମସ୍ତ ମେଡିକାଲ୍ କଲେଜରେ ୫ଟି ସେସନରେ ଟିକାକରଣ ହେବ। ପ୍ରତି ସେସନରେ ୨ଶହ ଜଣଙ୍କୁ ଟିକା ଦିଆଯିବ। ସେହିପରି ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଉପଖଣ୍ଡ ଚିକିତ୍ସାଳୟରେ ଟିକାକରଣ ଲାଗି ଦୁଇଟି ସେସନ କରାଯିବ। ପ୍ରତି ସେସନରେ ଶହେ ଜଣ […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ପହଂଚିବ ଆଉ ୩.୩୪ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା

covid

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପାଇଁ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ଦିନକର ବ୍ରେକ୍ ପରେ ଆସନ୍ତାକାଲିଠାରୁ ପୁଣି ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ତେବେ ସୋମବାରଠାରୁ ଟିକାକରଣ ବ୍ୟାପକ ଆରମ୍ଭ ହେବ। ସମସ୍ତ ମେଡିକାଲ୍ କଲେଜରେ ୫ଟି ସେସନରେ ଟିକାକରଣ ହେବ। ପ୍ରତି ସେସନରେ ୨ଶହ ଜଣଙ୍କୁ ଟିକା ଦିଆଯିବ। ସେହିପରି ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଉପଖଣ୍ଡ ଚିକିତ୍ସାଳୟରେ ଟିକାକରଣ ଲାଗି ଦୁଇଟି ସେସନ କରାଯିବ। ପ୍ରତି ସେସନରେ ଶହେ ଜଣ ଲେଖାଏଁ ଲୋକଙ୍କୁ ଟିକା ଦିଆଯିବ।

Advertisment

କରୋନାକୁ ମାତ୍ ଦେବାକୁ ବ୍ୟାପକ ଟିକାକରଣର ପ୍ରଥମ ଦିନ ସୁରୁଖୁରୁରେ ଭ୍ୟାକ୍ସିନେସନ୍ ଶେଷ ହୋଇଛି। ରବିବାର ସତ୍ତ୍ୱେ ଆଜି କଟକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଆସନ୍ତାକାଲିଠାରୁ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ହୋଇଥିବାରୁ ତାକୁ କିଭଳି ସଫଳତାର ସହ ସଂପନ୍ନ କରାଯିବ ସେନେଇ ସମସ୍ତ ମେଡିକାଲ୍ ଅଫିସର୍, ସିଡିଏମ୍ଓ ଏବଂ ସିଏମସି କମିଶନରଙ୍କ ସହ ଆଲୋଚନା କରିଛନ୍ତି କଟକ ଜିଲ୍ଲାପାଳ।

ପ୍ରତି କେନ୍ଦ୍ରରେ ୨୦୦ ଜଣଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ। ସେହିପରି ପ୍ରତି ସେସନ୍ ସାଇଟରେ ଦୁଇ ଜଣ ଭ୍ୟାକ୍ସିନେଟର୍ ଓ ୪ ଜଣ ଟିକାକରଣ ଅଫିସରଙ୍କୁ ନିୟୋଜିତ କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ମଧ୍ୟ ଦୁଇଟି ସେସନ୍ କରାଯିବ। ପ୍ରତି ସେସନରେ ୧୦୦ ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଜିଲ୍ଲା ଅଧିକାରୀମାନଙ୍କଠାରୁ ମାଇକ୍ରୋ ପ୍ଲାନ୍ ମଗାଯାଇଛି।

Advertisment

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ଆରମ୍ଭ ହୋଇଛି ଡାଟାବେସ୍ ପ୍ରସ୍ତୁତି। ପ୍ରଥମେ ଗୃହ, ନଗର ଉନ୍ନୟନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ଜରୁରୀକାଳୀନ ବିଭାଗର କୋଭିଡ୍ ଯୋଦ୍ଧାମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ୨୫ ତାରିଖ ଭିତରେ ଏହି ତାଲିକା ଦେବାକୁ କୁହାଯାଇଛି। ଏହି ସଂଖ୍ୟା ପ୍ରାୟ ୫ଲକ୍ଷ ହୋଇପାରେ ବୋଲି ଆକଳନ କରାଯାଉଛି। ସେପଟେ ୫୦ ବର୍ଷରୁ ଅଧିକ ବୟସ୍କ ଓ ୫୦ ବର୍ଷରୁ କମ୍ କିନ୍ତୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କର ତାଲିକା ବି ପ୍ରସ୍ତୁତ କରାଯିବ ଦ୍ୱିତୀୟ ପର୍ଯ୍ୟାୟ ଟିକା ଆସିଲାପରେ ସେମାନଙ୍କୁ ଦିଆଯିବ।

ଗତକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୧୩ ହଜାର ୯୮୦ ଜଣଙ୍କୁ ଟିକା ଦିଆଯାଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ସାରା ରାଜ୍ୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମଦିନରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ଟୀକା ପ୍ରଦାନ କରାଯାଇଛି। ରାଜ୍ୟରେ ସମସ୍ତ ଜିଲ୍ଲାରେ ମୋଟ ୧୬୧ଟି କେନ୍ଦ୍ରରେ ଟୀକାଦାନ ନିମନ୍ତେ ବ୍ୟବସ୍ଥା ହୋଇଥିଲା। ଏଥିରେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସର୍ବାଧିକ ୧୧ଟି ଲେଖାଁଏ ସ୍ଥାନରେ ଓ ମୟୂରଭଞ୍ଜ ଜିଲ୍ଲାରେ ୧୦ଟି ସ୍ଥାନରେ ଟୀକାଦାନ ବ୍ୟବସ୍ଥା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe