Advertisment

ମୁଖା ପିନ୍ଧି ଆସିଲେ; ଦୁଇ ଯୁବକଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଲେ

ଆଜି ଭୋର ୪ଟା ସମୟରେ ପିକ୍‌ଅପ୍‌ ଭ୍ୟାନରେ ବିକ୍ରମ ଓ ସୁନିଲ ନିଜର ସଂପର୍କୀୟ ଘର ରାଉରକେଲା ଅଭିମୁଖେ ଯାଉଥିଲେ।

gun

Gun

Advertisment

ମୁଖା ପିନ୍ଧି ଦୁଇଟି ବାଇକ୍‌ରେ ଆସିଲେ। ମଝି ରାସ୍ତାରେ ଚଳନ୍ତା ପିକ୍‌ଅପ୍‌ ଭ୍ୟାନରେ ଥିବା ଦୁଇ ଯୁବକଙ୍କୁ ଗୁଳିମାଡ଼ କରି ଫେରାର ହୋଇଗଲେ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେରେ ଏହି ଘଟଣା ଘଟିଛି। ଗୁରୁତର ଯୁବକ ଦ୍ୱୟ ହେଲେ ଛତିଶଗଡ଼ର ରାଇଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର। ଆହତ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଯୁବକଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ବେକରେ ଗୁଳି ବାଜିଛି।

Advertisment

ଆଜି ଭୋର ୪ଟା ସମୟରେ ପିକ୍‌ଅପ୍‌ ଭ୍ୟାନରେ ବିକ୍ରମ ଓ ସୁନିଲ ନିଜର ସଂପର୍କୀୟ ଘର ରାଉରକେଲା ଅଭିମୁଖେ ଯାଉଥିଲେ। ଏହି ସମୟରେ ବିଜୁ ଏକ୍ସପ୍ରେସ ୱେ ନିକଟରେ ୪ଜଣ ମୁଖାପିନ୍ଧା ଯୁବକ ବାଇକରେ ଆସି ବିକ୍ରମ ଓ ସୁନିଲଙ୍କୁ ଗୁଳି କରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ବିକ୍ରମ ଓ ସୁନିଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଯୁବକମାନେ କେଉଁ କାରଣ ପାଇଁ  ବିକ୍ରମ ଓ ସୁନିଲଙ୍କୁ ଗୁଳିମାଡ଼ କଲେ ତାର କାରଣ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତା କାରଣରୁ ଏହି ଗୁଳିମାଡ଼ ହୋଇଛି ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ। ଗୁଳିମାଡ଼ ନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe