School student
ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ସେମାନଙ୍କୁ କେହି ଅପହରଣ କରିନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏ ଯାବତ ସେମାନଙ୍କ ପତ୍ତା ପାଇପାରିନି। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।
ଅଭିଯୋଗ ଅନୁସାରେ, ଗତକାଲି ଖଣ୍ଡଗିରି ଘାଟିକିଆ ପ୍ରାଥମିକ ସ୍କୁଲର ଦୁଇ ଛାତ୍ରୀ ସ୍କୁଲ ଯାଇଥିଲେ। ସ୍କୁଲ ଛୁଟି ହେବା ପରେ ସେ ଆଉ ଘରକୁ ଫେରି ନଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ସ୍କୁଲରେ ଯାଇ ଖୋଜାଖୋଜି କରିବା ସହ ସାଙ୍ଗସାଥୀଙ୍କୁ ପଚରାଉଚରା କରିଥିଲେ ପରିବାର ଲୋକେ। ହେଲେ ଦୁଇ ଝିଅଙ୍କର କୌଣସି ପତ୍ତା ମିଳିନଥିଲା। ଏ ସଂପର୍କରେ ଭରତପୁର ଥାନାରେ ଅଭିଯୋଗ କରିଥିଲେ ଜଣେ ଛାତ୍ରୀଙ୍କ ମାଆ ।ଝିଅକୁ ଖୋଜି ଦେବାକୁ ପୁଲିସକୁ ନିବେଦନ କରିଥିଲେ।
ଭରତପୁର ଥାନା ପୁଲିସ ଦୁଇ ନିଖୋଜ ଛାତ୍ରୀଙ୍କୁ ଖୋଜି ଆଣିବାକୁ ଛାନଭିନ ଚଳାଇଛି ହେଲେ ଏପର୍ଯ୍ୟନ୍ତ ନୁଇ ନିଖୋଜ ଛାତ୍ରୀଙ୍କର କୌଣସି ପତ୍ତା ମିଳିନାହିଁ। ସ୍କୁଲ ଛୁଟି ପରେ ଘରକୁ ଫେରିବା ବାଟରୁ ଦୁଇ ଛାତ୍ରୀ ନିଖୋଜ ହୋଇ ଯାଇଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us