Advertisment

ରାଜଧାନୀରେ ଲଜ୍ଜା; ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

author-image
Tapaswini Nayak
ଅଦ୍ୟତନ ହୋଇଛି
murder

murder

ଆଉ ସୁରକ୍ଷିତ ନାହିଁ ରାଜଧାନୀ ଭୁବନେଶ୍ୱର। ରାଜଧାନୀର ଛାତି ଉପରେ ବିଚ୍‌ ରାସ୍ତାରେ ହେଉଛି ଲୁଟ୍, ରାହାଜାନୀ ଓ ହତ୍ୟା। । ଏପରି କାଣ୍ଡ ଭିଆଇ କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ।

Advertisment

ଗତକାଲି ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କେଳା ବସ୍ତିରେ ଗତକାଲି ସନ୍ଧ୍ୟାରେ ଏହି ଜଘନ୍ୟ କାଣ୍ଡ ଘଟିଛି।

ସେହି ବସ୍ତିର ଘନିଆ ନାମକ ଜଣେ ଯୁବକ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ହେଲେ ଅଭିଯୁକ୍ତ ପଡ଼ୋଶୀ ଓ ସ୍ଥାନୀୟ ଲୋକଙ୍କୁ ଚକମା ଦେଇ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Advertisment

ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Bhubaneswar Murder