murder
ଆଉ ସୁରକ୍ଷିତ ନାହିଁ ରାଜଧାନୀ ଭୁବନେଶ୍ୱର। ରାଜଧାନୀର ଛାତି ଉପରେ ବିଚ୍ ରାସ୍ତାରେ ହେଉଛି ଲୁଟ୍, ରାହାଜାନୀ ଓ ହତ୍ୟା। । ଏପରି କାଣ୍ଡ ଭିଆଇ କମିଶନରେଟ୍ ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ।
ଗତକାଲି ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କେଳା ବସ୍ତିରେ ଗତକାଲି ସନ୍ଧ୍ୟାରେ ଏହି ଜଘନ୍ୟ କାଣ୍ଡ ଘଟିଛି।
ସେହି ବସ୍ତିର ଘନିଆ ନାମକ ଜଣେ ଯୁବକ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ହେଲେ ଅଭିଯୁକ୍ତ ପଡ଼ୋଶୀ ଓ ସ୍ଥାନୀୟ ଲୋକଙ୍କୁ ଚକମା ଦେଇ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/murder_1699328597.jpg)