Advertisment

ମଦ ଟଙ୍କା: ବଲାଙ୍ଗିର, ଟିଟିଲାଗଡ଼ ଓ ସମ୍ବଲପୁରରୁ ମିଳିଲା ୩୪୮ କୋଟି

ବଲାଙ୍ଗିର, ଟିଟିଲାଗଡ଼ ଏବଂ ସମ୍ବଲପୁର ୩ଟି ଜାଗାରୁ ଜବତ ହୋଇଥିବା ନୋଟର ପରିମାଣ ଏବେ ପ୍ରାୟ ୩୪୮ କୋଟିରେ ପହଞ୍ଚିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
money

money

ପାଞ୍ଚ ଦିନର ନନ୍ ଷ୍ଟପ୍ କାଉଣ୍ଟିଂ ପରେ ମଦ ସାମ୍ରାଜ୍ୟ ଟଙ୍କାର ଗଣତି ସରିଛି। ପାଞ୍ଚ ଦିନ ଧରି ୨୫ଟି ମେସିନ ଓ ୫୦ ଜଣ ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି। ତା’ ପରେ ଶେଷ ହୋଇଛି ଗଣତି। ସବୁ ନୋଟର ଗଣନା ସରିଛି। ମୋଟ ୩୪୮ କୋଟି ଟଙ୍କା ଗଣତି ହୋଇଛି। କେବଳ ବଲାଙ୍ଗିରୁ ୩୦୫ କୋଟି ମିଳିଛି। ସେହିପରି ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରେ ୩୭ କୋଟି ୫୦ ଲକ୍ଷ ଟଙ୍କା ମିଳିଛି।

Advertisment

ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠିକଣାରେ ଆୟକର ବିଭାଗର ରେଡ ବେଳେ ବସ୍ତାବସ୍ତା ଟଙ୍କା ମିଳିଥିଲା। ସୁଦପଡ଼ା ମଦ ବ୍ୟବସାୟୀଙ୍କଠାରୁ ମିଳିଥିଲା ୧୬୫ ବ୍ୟାଗ ନୋଟ୍ ମିଳିଥିଲା। ଏହାପରେ ଜବତ ଟଙ୍କାକୁ ବଲାଙ୍ଗିର SBI ମୁଖ୍ୟ ଶାଖାରେ ଗଣତି କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଗଣତି ଶେଷ ହୋଇଥିଲା। 

ଏହା ପୂର୍ବରୁ ଟିଟିଲାଗଡ଼ ଓ ସମ୍ବଲପୁରରେ ଟଙ୍କା ଗଣତି ସରିଥିଲା। ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ ମିଳିଛି।

Advertisment

ବଲାଙ୍ଗିର, ଟିଟିଲାଗଡ଼ ଏବଂ ସମ୍ବଲପୁର ୩ଟି ଜାଗାରୁ ଜବତ ନୋଟର ପରିମାଣ ଏବେ ପ୍ରାୟ ୩୪୮ କୋଟିରେ ପହଞ୍ଚିଛି। ତେବେ ଏହି ଟଙ୍କାର ଉତ୍ସ କ’ଣ ? ଏତେ ପରିମାଣର ଟଙ୍କା କାହାର ? ସେନେଇ ଆୟକର ବିଭାଗ ଖୋଳତାଡ଼ ଜାରି ରଖିଛି। ବଲାଙ୍ଗିର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଜେରା କରାଯାଉଛି। ସେମାନଙ୍କଠାରୁ ତଥ୍ୟ ଆଦାୟ କରୁଛି IT ଟିମ୍।

ସେହିପରି ଆଜି ଷଷ୍ଠ ଦିନରେ ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ଆୟକର ବିଭାଗର ଡେପୁଟି କମିଶନର ସାମିଲ୍ ଥିବା ସୂଚନା ରହିଛି।

Sambalpur Bolangir