Advertisment

ଜୀବନ ହାରିବାକୁ ନିଷ୍ପତ୍ତି ନେଲେ ୪ ସାଙ୍ଗ, ଏକ ସଙ୍ଗେ ପିଇଦେଲେ ବିଷ

ଏହି ୪ ଜଣଙ୍କ ମଧ୍ୟରେ ୨ ଭଉଣୀ ଥିବା ଜଣାଯାଇଛି। ସମସ୍ତଙ୍କ ବୟସ ୧୮ରୁ ୨୦ ବର୍ଷ ବୋଲି ଜଣାଯାଇଛି।

Poison

Poison

Advertisment

ଜୀବନ ହାରିବାକୁ ଏକସଙ୍ଗେ ନିଷ୍ପତ୍ତି ନେଲେ ୪ ସାଙ୍ଗ । ଏପରିକି ଏଥିନିମନ୍ତେ ଏକ ସଙ୍ଗେ ବିଷ ବି ପିଇଦେଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଆଉ ୨ ଜଣ ଏବେ ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ୪ ଜଣଙ୍କ ମଧ୍ୟରେ ୨ ଭଉଣୀ ଥିବା ଜଣାଯାଇଛି। ସମସ୍ତଙ୍କ ବୟସ ୧୮ରୁ ୨୦ ବର୍ଷ ବୋଲି ଜଣାଯାଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବିହାରର ଔରଙ୍ଗାବାଦ ଜିଲ୍ଲାରେ ଗତ ରବିବାର ସନ୍ଧ୍ୟାରେ ଘଟିଛି।

Advertisment

କୌଣସି କଥାକୁ ନେଇ ଏକ ସଙ୍ଗେ ୪ ଜଣ ରବିବାର ସନ୍ଧ୍ୟା ବିଷ ପିଇ ଦେଇଥିଲେ। ଏହା ଜାଣିପାରି ପରିବାର ଲୋକେ ତୁରନ୍ତ ସେମାନଙ୍କୁ ପ୍ରଥମେ ଔରଙ୍ଗାବାଦ ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତୁରନ୍ତ ସେମାନଙ୍କୁ ଗୟାସ୍ଥିତ ଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଭଉଣୀଙ୍କ ମଧ୍ୟରୁ ଜଣେ ଥିବା ଜଣାଯାଇଛି। ଆଉ ୨ ଜଣ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ତେବେ କ’ଣ ପାଇଁ ଝିଅମାନେ ଏପରି ଚରମ ପଦକ୍ଷେପ ନେଲେ ସେନେଇ ପରିବାର ଲୋକଙ୍କ ପାଖରେ କୌଣସି ସୂଚନା ନାହିଁ। ଝିଅମାନେ ସୁସ୍ଥ ହେବା ପରେ ସେମାନଙ୍କ ନିକଟରୁ ସତ କଥା ଜାଣିବେ ବୋଲି ସେମାନେ କହିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Suicide Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe