Advertisment

ଦୀପାବଳି ପୂର୍ବରୁ ବାଣ ଗୋଦାମରେ ଚଢ଼ାଉ,୧୦ଲକ୍ଷ ଟଙ୍କାର ବାଣ ଜବତ

ଜବତ ବାଣର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ।

author-image
Tapaswini Nayak
ଅଦ୍ୟତନ ହୋଇଛି
crackers

crackers

ଆଗକୁ ଦୀପାବଳି ଆସୁଥିବା ବେଳେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୁଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି।

Advertisment

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଅର୍ଣ୍ଣପାଳର ଦୈତାରୀ ବେହେରା ଓ କେନ୍ଦୁଆପଦା ଚିନାମାଳୀ ଅଂଚଳର ଦୀନବନ୍ଧୁ ଜେନା ଚୋରାରେ ବାଣ ତିଆରି କରୁଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।

ଗତକାଲି ପୁଲିସ ଟିମ୍‌ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୁଲିସ ଵିଭିନ୍ନ କିସମର ଵାଣ ଓ ବମ ଜବତ କରିଥିଲା। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ପୁଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment
Bhadrak