Advertisment

ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ; ଡାକ୍ତରୀ ଚିକିତ୍ସା ନୁହେଁ,ଭରସା ଗୁଣିଆ ଝଡ଼ାଫୁଙ୍କା

ପୁଲିସ ଗାଁରେ ପହଞ୍ଚି ଗୁଣିଆକୁ ଥାନାକୁ ନେବା ସହ ଅସୁସ୍ଥ ଝିଅକୁ ମେଡିକାଲକୁ ପଠାଇଥିଲା।

ଅଦ୍ୟତନ ହୋଇଛି
Black Magic

Black Magic

Advertisment

ଚିକିତ୍ସା ବିଜ୍ଞାନ ଉପରେ ପାଇଲାନି ଭରସା। ଶେଷରେ ଅସୁସ୍ଥ ଝିଅର ଚିକିତ୍ସା ଲାଗି ଅନ୍ଧ ବିଶ୍ୱାସର ସାହାରା ନେଲେ ପରିବାର ଲୋକେ। ଗୁଣିଆକୁ ଘରକୁ ଡାକି ଝଡ଼ାଫୁଙ୍କା କରିବା ସହ ଗାଁରେ ବୁଲାଇଲେ ଖଟ। ପୁଲିସ ଗାଁରେ ପହଞ୍ଚି ଗୁଣିଆକୁ ଥାନାକୁ ନେବା ସହ ଅସୁସ୍ଥ ଝିଅକୁ ମେଡିକାଲକୁ ପଠାଇଲା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାରଖମାଠାରେ।

Advertisment

ପୂରା ଘଟଣାଟି ଥିଲା ଏମିତି। ବାରଖମା ବଜାର ସାହିର ଦିଶାରା ନାୟକଙ୍କ ଝିଅ ଦେହ ଅସୁସ୍ଥ ଥିଲା। ୩ ମାସ ହେବ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଡାକ୍ତର ଦେଖାଇଥିଲେ।  ଯେତେ ମେଡିସିନ ଓ ଇଞ୍ଜେକସନ୍ ନେଇଥିଲେ ଝିଅର ରୋଗ ଭଲ ହୋଇ ନଥିଲା। ଏନେଇ ପରିବାର ଲୋକ ବ୍ୟସ୍ତ ହୋଇପଡ଼ିଥିଲେ। କ‘ଣ କରିବେ କ’ଣ ନାହିଁ ଚିନ୍ତା କରି ପାରି ନଥିଲେ। 

 ଶେଷରେ ପରିବାର ଲୋକେ ଝିଅକୁ କିଏ ଗୁଣି ଗାରେଡ଼ି କରିଥିବା ଭାବିଥିଲେ। ଗତକାଲି ଫିରିଙ୍ଗିଆ ଅଞ୍ଚଳର ଜଣେ ଗୁଣିଆକୁ ଡାକି ଝଡ଼ାଫୁଙ୍କା କରିବା ସହ ଗାଁରେ ଖଟରେ ବୁଲାଇଥିଲେ। ଗୁଣିଆର ତନ୍ତ୍ରବିଦ୍ୟା ଦେଖିବା ପାଇଁ ଲୋକଙ୍କ ଗହଳି ଜମିଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।  ଘଟଣା ସମ୍ପର୍କରେ ଲୋକଙ୍କୁ ପଚରାଉଚରା କରିବା ଗୁଣିଆକୁ ଥାନାକୁ ନେଇଥିଲା। ଏହାସହ ଅସୁସ୍ଥ ଝିଅକୁ ଡାକ୍ତରଖାନେରେ ଭର୍ତ୍ତି କରିଥିଲା। ପୁଲିସ  ନିଜ ଆଡୁ ମାମଲା ରୁଜୁ କରି  ଘଟଣାର ତଦନ୍ତ ଚଳାଇଛି।

Advertisment
Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe