Advertisment

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ; ଡାକ୍ତରଖାନାରେ ଉତ୍ତେଜନା

ଆଜି ସକାଳେ ଇନ୍ଦୁମତି ଶୋଇଥିବାବେଳେ ତାଙ୍କୁ ଏକ ବିଷାକ୍ତ କୀଟ କାମୁଡ଼ି ଦେଇଥିଲା।

Tension situation

Tension situation

Advertisment

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରୋଗୀ ମୃତ୍ୟୁ ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ମୃତ ମହିଳା ଜଣଙ୍କ ହେଲେ ରେଢ଼ାଖୋଲ ଥାନା ଶ୍ୟାମପୁର ଗାଁର ୬୨ବର୍ଷୀୟା ଇନ୍ଦୁମତି ସାହୁ।

Advertisment

ଆଜି ସକାଳେ ଇନ୍ଦୁମତି ଶୋଇଥିବାବେଳେ ତାଙ୍କୁ ଏକ ବିଷାକ୍ତ କୀଟ କାମୁଡ଼ି ଦେଇଥିଲା। ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଇନ୍ଦୁମତି ଡାକ୍ତରଖାନାରେ ଭର୍ତ୍ତି ହେବାର ଦେଢ଼ ଘଣ୍ଟା ପରେ ତାଙ୍କର ଚିକିତ୍ସା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉପଯୁକ୍ତ ଚିକିତ୍ସା ନ କରାଯିବାରୁ ଇନ୍ଦୁମତିଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରବା ପରେ ପରିସ୍ଥିତି ଶାନ୍ତି ପଡ଼ିଛି।

ଅନ୍ୟପକ୍ଷରେ ମୃତ ରୋଗୀଙ୍କ ପରିବାର ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ ଏସଡିଏମଓ ଡ. ସୁନୀତା ବ୍ରହ୍ମା। ସେ କହିଛନ୍ତି, ଚିକିତ୍ସାରେ କୌଣସି ଅବହେଳା ହୋଇ ନାହିଁ। ରୋଗୀର ଅବସ୍ଥା ଗୁରୁତର ଥିଲା। ଏଥିପାଇଁ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ରେଫର କରାଯାଇଥିଲା। ହେଲେ ରୋଗୀର ପରିବାର ଲୋକେ ତାଙ୍କ ନେଇନଥିଲେ।

Advertisment
Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe