Advertisment

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକିବା ପଡ଼ିଲା ମହଙ୍ଗା; ଶିକ୍ଷକ ନିଲମ୍ବିତ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଛେଲିଆ ପୋଢଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିଲେ।

author-image
Tapaswini Nayak
Suspend

Suspend

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକିବା ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା। ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏପରି ଘଟଣା ଘଟିଛି ବରଗଡ ଜିଲ୍ଲାରେ। ନିଲମ୍ବିତ ଶିକ୍ଷକ ଜଣଙ୍କ ଛେଲିଆ ପୋଢ। ସେ ଗାଇସିଲାଟ ବ୍ଲକ ଫିରିଙ୍ଗିମାଲ ପଂଚାୟତ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ।

Advertisment

ଗାଇସିଲାଟ ସରକାରୀ ନୋଡାଲ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଚାଲିଥିଲା। ଗତ ଫେବ୍ରୁଆରୀ ୨୬ ତାରିଖ ସେଣ୍ଟର ସୁପରଭାଇଜର ଭାବରେ ତହସିଲଦାର ଗାଇସିଲାଟ ସରକାରୀ ନୋଡାଲ ହାଇସ୍କୁଲକୁ ଗସ୍ତ କରିଥିଲେ। ସେ ସମୟରେ ରୁମ ନଂ ୧ରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ଛେଲିଆ ପୋଢ ପରୀକ୍ଷା କେନ୍ଦ୍ର ଭିତରକୁ ନିୟମ ଉଲଂଘନ କରି ପଶିବା ସହ କବାଟ ନିକଟରେ କେଉଁ ନଂ ଏ ହେବ ଓ କେଉଁ ନଂ ବି ହେବ ଡାକୁଥିଲେ। 

ସୁପରଭାଇଜର ଭାବରେ ଗାଇସିଲାଟ ତହସିଲଦାର ଯାଇଥିବା ସମୟରେ ସେ ଧରାପଡିଯାଇଥିଲେ । ଯାହାକୁ ନେଇ ତହସିଲଦାର ସବିଶେଷ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ। ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଛେଲିଆ ପୋଢଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିଲେ।

Advertisment
Baragrah