Advertisment

୭ ଦିନ ହେଲା ନିଖୋଜ ଥିଲେ ପୁଲିସ୍‌ ଅଧିକାରୀଙ୍କ ପୁଅ; କେନାଲରୁ ମିଳିଲା ମୃତଦେହ

ହରିୟାଣାର ପାନିପଥ କେନାଲରୁ ଲକ୍ଷ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି।

author-image
Niharika Rout
Lakshya Chauhan

Lakshya Chauhan

ଗତ ୭ ଦିନ ଧରି ନିଖୋଜ ଥିବା ଦିଲ୍ଲୀର ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ପୁଅ ଲକ୍ଷ୍ୟ ଚୌହାନଙ୍କ ମୃତଦେହ ଶେଷରେ କେନାଲରୁ ଉଦ୍ଧାର ହୋଇଛି। ଲକ୍ଷ୍ୟ ଦିଲ୍ଲୀର ଆସିଷ୍ଟାଣ୍ଟ କମିଶନର ଅଫ୍‌ ପୁଲିସ୍‌ (ACP) ଯଶପାଲ ସିଂଙ୍କ ପୁଅ ଥିଲେ। ହରିୟାଣାର ପାନିପଥ କେନାଲରୁ ଲକ୍ଷ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି।

Advertisment

ଲକ୍ଷ୍ୟ ଦିଲ୍ଲୀର ଏକ କୋର୍ଟରେ ଓକିଲ ଭାବେ କାମ କରନ୍ତି। ସେ ବିକାଶ ଭରଦ୍ୱାଜ ନାମକ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା ନେଇଥିବା ବେଳେ ଶୁଝିବା ନାଁ ଧରୁ ନ ଥିଲେ। ବିକାଶ ଦିଲ୍ଲୀର ଏକ କୋର୍ଟରେ କ୍ଲର୍କ ଭାବେ କାମ କରୁଥିଲେ।

ବିକାଶ ବାରମ୍ବାର ଟଙ୍କା ମାଗିବା ସତ୍ତ୍ୱେ ଲକ୍ଷ୍ୟ ଶୁଝୁ ନ ଥିବା ବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏଥିରେ ମନେ ମନେ ଉତ୍ତ୍ୟକ୍ତ ହୋଇ ରହିଥିବା ବିକାଶ ରାଗ ଶୁଝିବା ପାଇଁ ଅପେକ୍ଷାରେ ଥିଲେ। ଏଥିନିମନ୍ତେ ସେ ନିଜ ସାଙ୍ଗ ଅଭିଷେକଙ୍କୁ ଜଣାଇଥିଲେ। ଏହାପରେ ଉଭୟ ଲକ୍ଷ୍ୟଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରୁଥିଲେ।

Advertisment

ଗତ ୨୨ ତାରିଖରେ ଲକ୍ଷ୍ୟ ଭିବାନୀରେ ହେଉଥିବା ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ବାହାରିଥିଲେ। ଉକ୍ତ ଉତ୍ସବରେ ଯିବାକୁ ସେ ବିକାଶଙ୍କୁ ଡାକିଥିଲେ । ବିକାଶ ନିଜ ସାଙ୍ଗ ଅଭିଷେକଙ୍କୁ ସାଙ୍ଗରେ ନେଇ ଯାଇଥିଲେ।

ବିବାହ ଉତ୍ସବରେ ଯୋଗ ଦେଇ ୩ ଜଣ ବିଳମ୍ବିତ ରାତିରେ ଦିଲ୍ଲୀ ଫେରୁଥିଲେ। ମାତ୍ର ହରିୟାଣାର ପାନିପଥ ଅଞ୍ଚଳ ଦେଇ ଗାଡ଼ିଟି ଅତିକ୍ରମ କରୁଥିବା ବେଳେ ବିକାଶ ଓ ଅଭିଷେକ ଗାଡ଼ି ଅଟକାଇବାକୁ କହିଥିଲେ। ଏହାପରେ ସେମାନେ ବାହାନା କରି ଲକ୍ଷ୍ୟଘଙ୍କୁ ବାହାରକୁ ଡାକି କେନାଲକୁ ଠେଲି ଦେଇଥିଲେ।

ପୁଅ ଘରକୁ ନ ଫେରିବାରୁ ଏନେଇ ACP ଦିଲ୍ଲୀର ଏକ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ତନାଘନା କରି ଗତ ୨୮ ତାରିଖରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ସେ ସବୁ କଥା ମାନି ଯାଇଥିଲେ ଓ ଲକ୍ଷ୍ୟଙ୍କୁ ପାନିପଥର ଏକ କେନାଲକୁ ଫୋପାଡ଼ି ଦେଇଥିବା ସ୍ୱୀକାର କରିଥିଲେ।

ଏହାପରେ ପୁଲିସ୍‌ ବହୁ ଖୋଜାଖୋଜି ପରେ କେନାଲରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।

Murder Delhi