Advertisment

ଘରେ କେହି ନଥିଲେ, କଳାକନା ବୁଲାଇଦେଲେ ଲୁଟେରା

ଆପାର୍ଟମେଣ୍ଟରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା।

ଅଦ୍ୟତନ ହୋଇଛି
Loot

Loot

Advertisment

ପାର୍ବଣ ପାଖେଇ ଆସୁଥିବାରୁ ରାଜଧାନୀରେ କମିଶନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଏହା ଭିତରେ ପୁଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ। କେଉଁଠି ବିଚ୍ ରାସ୍ତାରେ ହତ୍ୟା କରୁଛନ୍ତି ତ  କାହା ଘରେ ପଶି କଳା କନା ବୁଲାଇ ଦେଉଛନ୍ତି। ଚନ୍ଦକା ଥାନା ଅନ୍ଧାରୁଆ ନିକଟରେ ଥିବା ଅପାର୍ଟମେଣ୍ଟର ରହୁଥିବା ଜଣେ ବ୍ୟକ୍ତିଙ୍କ  ଘରେ ପଶି କଳାକନା ବୁଲାଇ ଦେଇଛନ୍ତି ଲୁଟେରା।

Advertisment

ଆଲମାରୀ ଭାଙ୍ଗି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ମହେଶ କୁମାର ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି।

ଶନିବାର ମହେଶ କୁମାର ନିଜ ପରିବାରକୁ ନେଇ ଚୌଦ୍ଵାର ନିଜ ଘରକୁ ଯାଇଥିଲେ। ଏହି ସମୟରେ ଲୁଟେରାମାନେ ତାଙ୍କ ଘରେ ପଶି ଗ୍ରୀଲ ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ପଇସା ନେଇ ଯାଇଥିଲେ।

Advertisment

ପରିବାର ଲୋକେ ଘରକୁ ଫେରି ଜିନିଷପତ୍ର ଏଣେତେଣେ ପଡ଼ିଥିବା ଦେଖିଥିଲେ। ପରେ ଘରୁ ଜିନିଷ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି ମହେଶ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Loot Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe