Advertisment

ଆକ୍ସନ ମୋଡରେ କମିଶନରେଟ୍‌ ପୁଲିସ; ଖୋଲା ସ୍ଥାନରେ ମଦ ପିଇ ଖଟି କରୁଥିଲେ ସାବଧାନ

ଗତକାଲି ଲକ୍ଷ୍ମୀସାଗର ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୬୦ଟି ପୁଲିସ ଟିମ୍ ଖଟି ଓ ଖୋଲା ସ୍ଥାନରେ ମଦ ପିଉଥିବା ସ୍ଥାନ ଉପରେ ରେଡ୍ କରିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
commissionerate police

commissionerate police

ପାଖେଇ ଆସୁଛି ପାର୍ବଣ । ତା’ ପୂର୍ବରୁ ଆକ୍ସନ ମୋଡକୁ ଆସିଯାଇଛି କମିଶନରେଟ ପୁଲିସ। ରାଜଧାନୀରେ ରାତିତମାମ ବିଭିନ୍ନ ସ୍ଥାନରେ ପଇଁତରା ମାରି ଅପରାଧୀଙ୍କୁ ଉଠାଇ ନେଉଛି।

Advertisment

ଗତକାଲି ଲକ୍ଷ୍ମୀସାଗର ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୬୦ଟି ପୁଲିସ ଟିମ୍ ଖଟି ଓ ଖୋଲା ସ୍ଥାନରେ ମଦ ପିଉଥିବା ସ୍ଥାନ ଉପରେ ରେଡ୍ କରିଛି। ଏହି ଚଢ଼ାଉ ବେଳେ ୬ ଜଣଙ୍କୁ ଉଠାଇ ଆଣି଼ଛି ପୁଲିସ। ସେମାନଙ୍କ ଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ସେହିପରି ଗତକାଲି ରାତିରେ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଏକ ଖେଳ ପଡ଼ିଆରେ ୧୬ ଜଣ ବସି ଖଟି କରୁଥିଲେ। ସେମାନଙ୍କୁ ଡାକି ପଚରାଉଚରା କରିଛି ପୁଲିସ। ଏହାସହ ସେମାନଙ୍କ ବିଷୟରେ ଖୋଳତାଡ଼ ଆରମ୍ଭ କରିଦେଇଛି।

Advertisment

ସେଫ ସିଟି ଡ୍ରାଇଭ ଅଧିନରେ କମିଶନରେଟ ପୁଲିସ ଏହି ଚଢ଼ାଉ କରୁଛି । ଖୋଲା ସ୍ଥାନରେ ମଦ ପିଇ ଖଟି କରୁଥିବା ଲୋକଙ୍କ ବିଷୟରେ  ସୂଚନା ଦେବାପାଇଁ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛି ପୁଲିସ। ୭୦୭୭୭୯୮୧୧୧ ନମ୍ବରରେ ତଥ୍ୟ ଦେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି କମିଶନରେଟ ପୁଲିସ ।

Bhubaneswar Commissionerate Police