Advertisment

ମୁଁ ଆର୍ମି ଅଫିସର କହୁଛି, ୧୫ କେଜି ଚିକେନ ରଖିଥା, ପରେ ଖାଲି ହୋଇଗଲା ଆକାଉଣ୍ଟ

ଆର୍ମି ଅଫିସର ପରିଚୟ ଦେଇ ଚିକେନ୍ ଦୋକାନୀଙ୍କ ଆକାଉଣ୍ଟରୁ ଖାଲି କରିଦେଲା ସାଇବର ଲୁଟେରା।

author-image
Tapaswini Nayak
ଅଦ୍ୟତନ ହୋଇଛି
Cyber Crime

cyber-crime-

ନିଜକୁ ଆର୍ମି ଅଫିସର ପରିଚୟ ଦେଇ ଫୋନ୍ କରି ୧୫ କେଜି ଚିକେନ୍ ଅର୍ଡର କଲା ସାଇବର ଲୁଟେରା। ପରେ ଟଙ୍କା ପଠାଇବ କହି ଫୋନ ପେ’ ସ୍କାନର ଓ ବାରକୋର୍ଡ ନମ୍ବର ନେଇ ଚିକେନ୍ ଦୋକାନୀଙ୍କ ଆକାଉଣ୍ଟରୁ ଖାଲି କରିଦେଲା ଟଙ୍କା। ଏପରି ଘଟଣା ଘଟିଛି ପାରାଦୀପରେ। ଏନେଇ ଚିକେନ୍ ଦୋକାନୀ ପ୍ରଶାନ୍ତ ବାଡୋଇ ପାରାଦୀପ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ, ପ୍ରଶାନ୍ତଙ୍କର ନେହରୁବଙ୍ଗଳା ମାର୍କେଟ କଂପ୍ଲେକ୍ସରେ ଚିକେନ କାଉଣ୍ଟର ରହିଛି। ଗତକାଲି ଏକ ଅଜଣା ନମ୍ବରରୁ ଜଣେ ବ୍ୟକ୍ତି ନିଜକୁ ଆର୍ମି ଅଫିସର ପରିଚୟ ଦେଇ ପ୍ରଶାନ୍ତଙ୍କୁ ଫୋନ କରିଥିଲେ। ଆଉ କହିଥିଲେ, ଆର୍ମିର ଏକ ଟିମ୍ ୧୫ ଦିନ ପାରାଦୀପରେ ରହିବେ, ପ୍ରତିଦିନ ୧୫ କେଜି ଲେଖାଁଏ ଚିକେନ୍ ଦରକାର। ଆଉ ୧୫ କେଜି ଚିକେନ୍ ଅର୍ଡର ଦେବା ସହ ଆର୍ମୀ ଗାଡି ପହଞ୍ଚି ଚିକେନ ଆଣିବ ବୋଲି କହିଥିଲା ଲୁଟେରା। ଚିକେନ୍ କାଟିବା ପରେ କେହି ଆସିନଥିଲେ। ବରଂ ସାଇବର ଲୁଟେରା ଜଣକ ପ୍ରଶାନ୍ତଙ୍କୁ ପଇସା ପଠାଇବାକୁ ଫୋନ ପେ’ ସ୍କାନର ଓ ବାରକୋର୍ଡ ନମ୍ବର ମାଗିଥିଲା। ପ୍ରଶାନ୍ତ ମଧ୍ୟ ଲୁଟେରାକୁ ଫୋନ ପେ’ ସ୍କାନର ଓ ବାରକୋର୍ଡ ନମ୍ବର ଦେଇଥିଲେ। ପରେ ଲୁଟେରା ଜଣଙ୍କ ପ୍ରଶାନ୍ତଙ୍କୁ ପ୍ରଥମେ ୧ ଟଙ୍କା ଏବଂ ପରେ ୫ଟଙ୍କା ଦୋକାନୀଙ୍କୁ ପଠାଇବାକୁ କହିଥିଲା। ପ୍ରଶାନ୍ତ ପ୍ରଥମେ ରାଜି ହୋଇନଥିଲେ।

ପରେ ଦୋକାନୀଙ୍କୁ କଥାରେ ମନାଇଦେଇଥିଲେ ସାଇବର ଲୁଟେରା। ପ୍ରଶାନ୍ତ ଲୁଟେରାକୁ ପ୍ରଥମେ ୧ ଟଙ୍କା ପରେ ୫ ଟଙ୍କା ପଠାଇଥିଲେ। ତା’ପରେ କିଛି ସମୟ ପରେ ତାଙ୍କୁ ଆକାଉଣ୍ଟରରେ ଥିବା ୨୦ ହଜାର ୨୦୦ ଟଙ୍କା କଟିଯାଇଥିଲା। ଟଙ୍କା କଟିବା ପରେ ପ୍ରଶାନ୍ତଙ୍କ ମୋବାଇଲକୁ ମେସେଜ ଆସିଥିଲା। ପ୍ରଶାନ୍ତ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ବ୍ୟାଙ୍କରେ ବୁଝାବୁଝି କରିଥିଲେ। ତାଙ୍କ ଆକାଉଣ୍ଟରୁ ସାଇବର ଲୁଟେରା କଳାକନା ବୁଲାଇଦେଇଥିବା ଜାଣିବାକୁ ପାଇଥିଲେ। ଏନେଇ ପ୍ରଶାନ୍ତ ପାରାଦୀପ ସାମୁଦ୍ରିକ ଥାନାରେ ଅଭିଯୋଗ କରଛନ୍ତି। ସାଇବର ଲୁଟେରା କଥାରରେ ପଡ଼ି ଚିକେନ ୧୫ କେଜି ନଷ୍ଟ ହେବା ସହ ୨୦ ହଜାର ଟଙ୍କା ଚାଲିଯିବା ପରେ ଚିନ୍ତାରେ ଅଛନ୍ତି ପ୍ରଶାନ୍ତ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Loot Paradip