Advertisment

ପୁଲିସକୁ ଚକମା, ୫ ବର୍ଷ ପରେ ଅନ୍ୟ ଜଣେ ପତ୍ନୀ ସହ ‘ମୃତ’ ବ୍ୟକ୍ତି ଠାବ

ପରିବାର ଲୋକଙ୍କ ସହ କୌଣସି ଯୋଗାଯୋଗ ନ ରଖି ଅତି ଚତୁରତାର ସହ ଦ୍ୱିତୀୟ ପତ୍ନୀ ଏବଂ ଚାରି ପିଲାଙ୍କ ସହ ରହୁଥିଲା।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଫେରାର୍ ପରେ ମୃତ ସନ୍ଦେହ କରାଯାଉଥିବା ବ୍ୟକ୍ତି ଜୀବିତ ଠାବ ହୋଇଛନ୍ତି। ଅପରାଧ ଘଟାଇ ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ଜୀବିତ ଥିବା ଜାଣିବାକୁ ପାଇଛି ପୁଲିସ। ପରିବାର ଲୋକଙ୍କ ସହ କୌଣସି ଯୋଗାଯୋଗ ନ ରଖି ଅତି ଚତୁରତାର ସହ ଦ୍ୱିତୀୟ ପତ୍ନୀ ଏବଂ ଚାରି ପିଲାଙ୍କ ସହ ରହୁଥିଲା। ଶେଷରେ ପାଞ୍ଚ ବର୍ଷ ପରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତର ସନ୍ଧାନ ପାଇଛି।

Advertisment

ସିଙ୍ଗୱାଲି ଆହିରର SHO(ଷ୍ଟେସନ ହାଉସ୍ ଅଫିସର) ଜିତେନ୍ଦ୍ର ସିଂହଙ୍କ କହିବା ଅନୁସାରେ, ୨୦୧୮ ମସିହାରେ ବାଘପତ ସିଙ୍ଗୱାଲି ଆହିରର ବାସିନ୍ଦା ଯୋଗେନ୍ଦ୍ର କୁମାର ଏବଂ ତା’ର ଦୁଇ ଭାଇଙ୍କ ନାମରେ କ୍ରିମିନାଲ କେସ୍ ଦାଖଲ କରାଯାଇଥିଲା। ସେମାନଙ୍କ ପଡ଼ୋଶୀ ଏତଲା ଦେବା ପରେ ଯୋଗେନ୍ଦ୍ର ଫେରାର୍ ହୋଇଯାଇଥିଲା। ବହୁ ଖୋଜାଖୋଜି କରିବା ସତ୍ତ୍ୱେ କୌଣସି ସନ୍ଧାନ ମିଳନଥିଲା। 

ପରିବାର ଲୋକେ ମଧ୍ୟ ପୁଅର ମୃତ୍ୟୁ ହୋଇଥିବା ସନ୍ଦେହ କରୁଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପୁଲିସ ହାତରେ କୌଣସି ଠୋସ୍ ପ୍ରମାଣ ଲାଗି ନଥିଲା। କାରଣ ଅପରାଧ ଘଟାଇ ଫେରାର୍ ହୋଇଯାଇଥିବା ଯୋଗେନ୍ଦ୍ର ଅତି ଚତୁରତାର ସହ ନୂଆ ସଂସାର କରି ରହୁଥିଲା। 

Advertisment

ପୁଲିସ କହିଛି ଯେ, ଦିଲ୍ଲୀର ରୋହିଣୀ ଅଞ୍ଚଳର ଜଣେ ମହିଳାଙ୍କ ସହ ଯୋଗେନ୍ଦ୍ରର ପରକୀୟା ପ୍ରୀତି ଥିଲା। ୨୦୧୮ରେ ତା' ବିରୁଦ୍ଧରେ ଥାନାରେ ଅଭିଯୋଗ ହେବା ପରେ ସେ ଫେରାର୍ ହୋଇ ସମ୍ପୃକ୍ତ ମହିଳାଙ୍କ ସହ ରହିଆସୁଛି। ତା'ର ଚାରିଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ପାଞ୍ଚ ବର୍ଷ ମଧ୍ୟରେ ପରିବାର କିମ୍ବା ପ୍ରଥମ ପତ୍ନୀ ସହ କୌଣସି ଯୋଗାଯୋଗ କରି ନଥିଲା ଯୋଗେନ୍ଦ୍ର। ଫଳରେ ପରିବାର ଲୋକ ତାଙ୍କର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରୁଥିଲେ।     

ଗତକାଲି ଯୋଗେନ୍ଦ୍ର ପୂର୍ବ ମାମଲାର ବେଲ୍ ପାଇଁ କୋର୍ଟରେ ଦ୍ୱାରସ୍ତ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଟ୍ୟାକ୍ସି ଡ୍ରାଇଭର ଉତ୍ତର ପ୍ରଦେଶ ବାଘପତର ଯୋଗେନ୍ଦ୍ର କୁମାର ବୋଲି ସ୍ପଷ୍ଟ ହୋଇଛି। 

UP Crime Dead Man Alive Delhi Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe