/odisha-reporter/media/post_attachments/uploadimage/library/16_9/16_9_0/IMAGE_1689656940.jpg)
Child Death
‘ଔଷଧ ଦୋକାନୀ ମୋ ପୁଅକୁ ଭୁଲ ଇଞ୍ଜେକ୍ସନ ଦେଇଦେଲା। ଯାହାଫଳରେ ମୋ ପୁଅ ମରିଗଲା। ମୋ ଧନକୁ ମୋତେ ଫେରାଇ ଦିଅ।’ ଏପରି କହି ବାହୁନି ବାହୁନି କାନ୍ଦୁଛି ମା’। ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅନ୍ତର୍ଗତ ମୁଗୁପଦା ଗାଁରେ ଏପରି ଦୁଃଖଦ ଘଟଣା ଘଟିଛି। ଔଷଧ ଦୋକାନୀ ଭୁଲ ଇଞ୍ଜେକ୍ସନ rଦେବା ଯୋଗୁ ଶିଶୁଟିର ଜୀବନ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଗତକାଲି ମୁଗୁପଦା ଗାଁର ସୁରେନ୍ଦ୍ର ମଲ୍ଲିକଙ୍କ ୫ବର୍ଷର ପୁଅକୁ ଝାଡ଼ା ଓ ବାନ୍ତି ହୋଇଥିଲା। ପରିବାର ଲୋକେ ପିଲାଟିକୁ ନିକଟରେ ଥିବା ଔଷଧ ଦୋକାନୀକୁ ଦେଖାଇଥିଲେ। ଔଷଧ ଦୋକାନୀ ପିଲାଟିର ଝାଡ଼ା ଭଲ ହେବା ପାଇଁଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ନେବାପରେ ପିଲାଟି ଅଧିକ ଗୁରୁତର ହୋଇ ପଡ଼ିଥିଲା। ପରେ ପରିବାର ଲୋକେ ପିଲାଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ।
ଔଷଧ ଦୋକାନୀ ଭୁଲ୍ ଇଞ୍ଜେକ୍ସନ ଦେବା ଯୋଗୁ ପିଲାଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
