Advertisment

ଯୌତୁକ ପାଇଁ ଉଜୁଡିଗଲା ସୁନାର ସଂସାର, ବୋହୂକୁ ହତ୍ୟା ଅଭିଯୋଗ

ପୁଟାସିଂ ପୁଲିସ ମୃତ ମହିଳାଙ୍କ ସ୍ଵାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି।

ଅଦ୍ୟତନ ହୋଇଛି
Marriage

Marriage

Advertisment

ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ବଡମସିଂ ଗ୍ରାମର ଜଣେ ବିବାହିତା ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଗଜପତି ଜିଲ୍ଲା ମାଣିକପୁର ଗ୍ରାମର ସମିଳା ଗମାଙ୍ଗ। ଯୌତୁକ ପାଇଁ ଶାଶୁ ଘର ଲୋକେ ମାରି ଦେଇଥିବା ସମିଳାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

Advertisment

ସମିଳା ବଡ଼ମସିଂ ଗ୍ରାମର ଲୁକେଶ ଶବରଙ୍କୁ ୨୦୨୧ ମସିହାରେ ପ୍ରେମ ବିବାହ କରିଥିଲେ। ବିବାହ ପରଠୁ ଝିଅକୁ ଶାଶୁ ଘର ଲୋକେ ନିର୍ଯାତନା ଦେଉଥିଲେ। ଏନେଇ ସମିଳା ପରିବାର ଲୋକଙ୍କୁ ଜଣାଇଥିଲେ।  ଗତକାଲି ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ସମିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଶାଶୁ ଘର ଲୋକେ ଏହା ଆତ୍ମହତ୍ୟା କହୁଥିବା ବେଳେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସମିଳାଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ମହିଳାଙ୍କ ଭାଇ ଜାରାସ ଗମାଙ୍ଗ ପୁଟାସିଂ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷେ ପୁଟାସିଂ ପୁଲିସ ମୃତ ମହିଳାଙ୍କ ସ୍ଵାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି।

Advertisment
Odisha Police Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe