Advertisment

ଯୌତୁକ ପାଇଁ ନବବଧୂକୁ ନିର୍ଯାତନା; ଭାଙ୍ଗି ଦେଲେ ହାତ

ବିବାହ ପରେ ୧୦ ଲକ୍ଷ ଟଙ୍କା ଓ ଏକ ଦାମୀ କାର ଆଣିବାକୁ ଦାବି କରୁଥିଲେ ଶ୍ୱଶୁର ଘର ଲୋକେ।

ଅଦ୍ୟତନ ହୋଇଛି
Soro

Soro

Advertisment

ବିବାହ ପରେ ୧୦ ଲକ୍ଷ ଟଙ୍କା ଓ ଏକ ଦାମୀ କାର ଆଣିବାକୁ ଦାବି କରୁଥିଲେ ଶ୍ୱଶୁର ଘର ଲୋକେ। ଏଥିପାଇଁ ନବବଧୂକୁ ଦିଆଯାଉଥିଲା ନିର୍ଯାତନା। ଶେଷରେ ଏହି ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ନବବଧୂର ହାତ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ‌ଅନ୍ତର୍ଗତ ପୋଡାଡିହା ଗାଁରେ। ଏନେଇ ନବବଧୂ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ସୋର ପୌରାଞ୍ଚଳ ଟ୍ରେଜେରୀ କଲୋନୀର ମନୋଜ କୁମାର ପ୍ରଧାନଙ୍କ ଝିଅ ମେଘନା ପ୍ରଧାନଙ୍କର ବାହାନଗା ବ୍ଲକ ପୁରାଡ଼ିହା ଗାଁର ସୁବାସ ଜେନାଙ୍କ ପୁଅ ତ୍ରିଲୋକ୍ୟ ଜେନାଙ୍କ ସହ ଗତ ୮ ମାସ ତଳେ ବିବାହ ହୋଇଥିଲାl ବିବାହ ପରେ  କିଛି ଦିନ ହେବ ମେଘନା ବାପ ଘରୁ ବୁଲିବାକୁ ଯାଇଥିଲେ। ଗତକାଲି ସେ ଶାଶୁ ଘରକୁ ଫେରିଥିଲେ।

ଯୌତୁକ ପାଇଁ ଶାଶୁ ଘର ଲୋକ ତାଙ୍କ ସହ ଝଗଡ଼ା କରିଥିଲେ। ପରେ ଶାଶୁ, ଶ୍ୱଶୁର ଓ ନଣନ୍ଦ ମିଶି ମେଘନାଙ୍କ ହାତ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ମେଘନା ବର୍ତ୍ତମାନ ସୋର ଡାକ୍ତରଖନାରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ମେଘନା ଥାନାରେ  ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ମେଘନା କହିଛନ୍ତି, ଗତକାଲି ମୁଁ ବାପ ଘରୁ ଫେରିଲା ପରେ ଶାଶୁ, ଶ୍ୱଶୁର ଓ ନଣନ୍ଦ ଶାବଳରେ ବାଡ଼େଇବାକୁ ଉଠାଇଥିଲେ। ମୁଁ ଶାବଳକୁ ହାତରେ ଧରିପକାଇଥିଲି। ମୋ ହାତରେ ଆଘାତ ଲାଗିଥିଲା। ଶାଶୁ ଘର ଲୋକେ ଛାଡ଼ପତ୍ର ଦେବାକୁ ବାଧ୍ୟ କରୁଛନ୍ତି। ଏହାସହ ଯୌତୁକ ପାଇଁ ଦାବି କରୁଛନ୍ତି। ମୋ ସ୍ୱାମୀ ମଧ୍ୟ ମୋତେ ଗାଳିଗୁଲଜ କରୁଛନ୍ତି।

ଅନ୍ୟପକ୍ଷରେ ମେଘନାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଶ୍ୱଶୁର। ସେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମିଛ କଥା। ମୋ ବୋହୂ ଜଣେ ମାନସିକ ରୋଗୀ। ସେ ମେଡିସିନ ଖାଉଛନ୍ତି।

Balasore Soro
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe