Advertisment

ନୃଶଂସ ଝିଅ; ବାପା ଉପରକୁ ଗରମ ପାଣି ଫିଙ୍ଗି ଆଖି ନଷ୍ଟ କରିଦେଲା

ଗତକାଲି କୌଣସି କଥାକୁ ନେଇ ରମେଶ ଓ ତାଙ୍କ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଅଦ୍ୟତନ ହୋଇଛି
Boil water

Boil water

Advertisment

 ପାରିବାରିକ କଳହର କରୁଣ ପରିଣତି। ବାପା ଉପରକୁ ଗରମ ପାଣି ଫିଙ୍ଗି ଗୋଟିଏ ଆଖି ନଷ୍ଟ କରିଦେଲା ନୃଶଂସ ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଭରତପୁର ବସ୍ତିରେ। ପୁ଼ଲିସ ଝିଅ ଭାଗ୍ୟଲକ୍ଷ୍ମୀ ସାସମଲକୁ ଡାକି ପଚରାଉଚରା କରୁଛି। ଆହତ ରମେଶ ସାସମଲଙ୍କ ଅବସ୍ଥା ଗୁରୁତର ରହିଛି। ରମେଶଙ୍କ ବାମପଟ ଆଖି ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି।

Advertisment

ଗତକାଲି କୌଣସି କଥାକୁ ନେଇ ରମେଶ ଓ ତାଙ୍କ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଝିଅ ଭାଗ୍ୟଲକ୍ଷ୍ମୀ ଉତ୍ତ୍ୟକ୍ତ ହୋଇ ଗରମ ପାଣି ଆଣି ବାପା ଉପରକୁ ଛାଟି ଦେଇଥିଲା। ଗରମ ପାଣି ରମେଶଙ୍କ ମୁହଁରେ ପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗରମ ପାଣି ପଡ଼ି ରମେଶଙ୍କର ବାମ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ବୋଲି ଡାକ୍ତର କହିଥିଲେ।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe