Advertisment

ପିଶାଚ ବାପା, ପୁଅକୁ ହତ୍ୟା କରି ଥାନାରେ ଆତ୍ମସର୍ମପଣ କଲା

ଭେଣ୍ଡିଆ ପୁଅକୁ ହରାଇ ମା’ କାନ୍ଦିକାନ୍ଦି ଗଡ଼ିଯାଉଛି।

Deadbody

Deadbody

Advertisment

ସମାଜର ସବୁ ଝଡ଼ଝଞ୍ଜାରୁ ନିଜ ପିଲାଙ୍କୁ ରକ୍ଷା କରିବା ନିମନ୍ତେ ସବୁବେଳେ ପାଚେରି ପରି ଛିଡ଼ା ହୋଇଥାଏ ବାପା। ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ୟୁଭି-୧୨ ଖାଣ୍ଡା ଗାଁରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ବାପା ନାମରେ କଳଙ୍କ ଜଣେ ବ୍ୟକ୍ତି ନିଜ ପୁଅକୁ ମଦ ନିଶାରେ ଆସି କୋଦାଳରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତ ବାପା ବିପୁଲ ରାୟ ଥାନାରେ ଆତ୍ମସମର୍ପଣ କରିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସମୀରନ ରାୟ।

Advertisment

ଗତକାଲି ବିଳମ୍ବିତ ରାତିରେ ବିପୁଲ ମଦ ପିଇ ଘରକୁ ଫେରିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ସମୀରନ ସହ ବିପୁଲଙ୍କର ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ବିପୁଲ ଉତ୍‌କ୍ଷିପ୍ତ ହୋଇ ଏକ କୋଦାଳ ଆଣି ନିଜ ପୁଅ ହାଣି ହତ୍ୟା କରିଥିଲା। ଘଟଣାସ୍ଥଳରେ ସମୀରନଙ୍କର ମୃତ୍ୟୁ ଘଟିଥିଲା।

ପୁଅର ମୃତ୍ୟୁ ପରେ ବାପା ବିପୁଲ ରାୟ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଥିଲା। ତେବେ କେଉଁ କାରଣ ପାଇଁ ବିପୁଲ ନିଜ ପୁଅକୁ କୋଦାଳରେ ହାଣି ହତ୍ୟା କଲା ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।  ଭେଣ୍ଡିଆ ପୁଅକୁ ହରାଇ ମା’ କାନ୍ଦିକାନ୍ଦି ଗଡ଼ିଯାଉଛି। 

Advertisment
Murder , Odisha Police Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe