Advertisment

କମେଣ୍ଟମରାକୁ ନେଇ ଗୋଷ୍ଠୀ ସଂଘର୍ଷ, ୮ ଆହତ

ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
Group clash

Group clash

Advertisment

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସିମିଳିପୁର ପଞ୍ଚାୟତର କରବର ଗ୍ରାମରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି କରବର ଗାଁରେ ଗଣେଶ ପୂଜା ଭସାଣି ଚାଲିଥିଲା। ଏହି ସମୟରେ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ହାତାହାତି ହୋଇଥିଲେ। ଆକ୍ରମଣ ପ୍ରତି ଆକ୍ରମଣରେ ଉଭୟ ପକ୍ଷର ୮ ଜଣ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe