Advertisment

ନାବାଳିକାଙ୍କୁ ଲିଫ୍ଟ ଦେଲେ, ପରେ ଚଳନ୍ତା କାର୍‌ରେ କଲେ ବଳାତ୍କାର

ଯୁବକମାନେ କାର୍‌କୁ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ଜୋରରେ ମ୍ୟୁଜିକ ବଜାଇବା ସହ ଜୋରଜବରଦସ୍ତି ନାବାଳିକାଙ୍କ ବଳାତ୍କାର କରିଥିଲେ। ଏହାପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇ ଯାଇଥିଲେ।

ଅଦ୍ୟତନ ହୋଇଛି
undefined

Rape

Advertisment

ଲିଫ୍ଟ ଦେବା ବାହାନାରେ ଚଳନ୍ତା କାର୍‌ରେ ନାବାଳିକା ହେଲେ ବଳାତ୍କାରର ଶିକାର। ଏନେଇ ପ୍ରଥମେ ପୁଲିସ୍‌ ଅଭିଯୋଗ ରଖୁ ନ ଥିବା ବେଳେ ପରେ ମାମଲା ରୁଜୁ କରିଥିବା ଜଣାଯାଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ମଧ୍ୟପ୍ରଦେଶର ଧିନ୍ଦୋରି ଜିଲ୍ଲାରେ ଗତ ୧୫ ତାରିଖରେ ଘଟିଛି। ଏହି ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍‌ ।

Advertisment

ମଧ୍ୟପ୍ରଦେଶର ଧିନ୍ଦୋରି ଜିଲ୍ଲାର ନାବାଳିକାଜଣକ ନିଜ ସାନ ଭାଇ ଓ ଭଉଣୀଙ୍କ ସହ ସାଇକେଲ ଯୋଗେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଏକ କାର୍‌ରେ ୪ ଯୁବକ ଆସି ସେମାନଙ୍କ ବାଟ ଓଗାଳିଥିଲେ। ନାବାଳିକାଜଣକ ପୂର୍ବରୁ ସେମାନଙ୍କୁ ଜାଣିଥିବା ବେଳେ ସେମାନେ ତାଙ୍କୁ ଲିଫ୍ଟ ଦେଇଥିଲେ। ନାବାଳିକାଜଣକ କାର୍‌ରେ ଚାଲି ଯାଇଥିବାର ବେଳେ ତାଙ୍କ ଭାଉଭଉଣୀ ସାଇକେଲ୍‌ ଯୋଗେ ଯାଇଥିଲେ।

ଏହାପରେ ଉକ୍ତ ଯୁବକମାନେ କାର୍‌କୁ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ଜୋରରେ ମ୍ୟୁଜିକ ବଜାଇବା ସହ ଜୋରଜବରଦସ୍ତି ନାବାଳିକାଙ୍କ ବଳାତ୍କାର କରିଥିଲେ। ଏହାପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇ ଯାଇଥିଲେ।

Advertisment

ନାବାଳିକାଜଣକ ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁ କହିଥିଲା। ପରିବାର ଲୋକେ ପ୍ରଥମେ ନିକଟସ୍ଥ ଥାନାରେ ମାମଲା ରୁଜୁ କରିବାକୁ ଯାଇଥିବା ବେଳେ ପୁଲିସ୍‌ କିନ୍ତୁ ସେମାନଙ୍କ ମାମଲା ରଖି ନ ଥିଲା।

 ଗତ ୧୮ ତାରିଖରେ ସେମାନେ ଜିଲ୍ଲା ମୁଖ୍ୟ ପୁଲିସ୍‌ କାର୍ଯ୍ୟାଳୟ ଯାଇ ଏସ୍‌ପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ତୁରନ୍ତ ଏନେଇ ମାମଲା ରୁଜୁ କରାଯିବା ସହ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି। ତେବେ ଏହା ବଳାତ୍କାର ନା ଗଣବଳାତ୍କାର ମାମଲା ତାହା ସ୍ପଷ୍ଟ ହୋଇ ନ ଥିବା ଏସ୍‌ପି କହିଛନ୍ତି।

ଏହି ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରାଯାଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ତେବେ ମାମଲା ରୁଜୁ କରି ନ ଥିବା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

Rape Minor Raped Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe