Advertisment

ସାଇବର ଠକଙ୍କ ଜାଲରେ ଆଇପିଏସ ଅଫିସରଙ୍କ ପତ୍ନୀ, ଆକାଉଣ୍ଟରେ ବୁଲିଲା କଳାକନା

ସାଇବର ଲୁଟେରା ଉଭୟଙ୍କ ଆକାଉଣ୍ଟରୁ ୧.୮୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଏପରି ଏକ ଚକିତ କରିବା ପରି ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Cyber Loot

Cyber Loot

Advertisment

ଆଇପିଏସ୍‌ ଅଧିକାରୀଙ୍କ ପତ୍ନୀ ଖାଇଗଲେ ଧୋକା। ଆକାଉଣ୍ଟରେ କଳାକନା ବୁଲାଇଦେଲେ ସାଇବର ଠକ । କେବଳ ଆଇପିଏସ୍‌ ଅଧିକାରୀଙ୍କ ପତ୍ନୀ ନୁହନ୍ତି, ତାଙ୍କ ରୋଷେୟାଙ୍କ ଆକାଉଣ୍ଟରୁ ବି ଗାଏବ ହୋଇଗଲା ଟଙ୍କା । ସାଇବର ଲୁଟେରା ଉଭୟଙ୍କ ଆକାଉଣ୍ଟରୁ ୧.୮୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଏପରି ଏକ ଚକିତ କରିବା ପରି ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଏନେଇ ଦିଲ୍ଲୀ ସାଇବର ସେଲ୍‌ରେ ମାମଲ ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Advertisment

ଲିଖିତ ଅଭିଯୋଗ ଅନୁଯାୟୀ, ଆଇପିଏ ଅଫିସରଙ୍କ ପତ୍ନୀ ନିଜ ଘରର ପୁରୁଣା ଫର୍ଣ୍ଣିଚର ବିକ୍ରି କରିବାକୁ ଅନଲାଇନ୍‌ ବିଜ୍ଞାପନ ଦେଇଥିଲେ। ଏହାପରେ ତାଙ୍କ ନିକଟରୁ ଏକ କଲ୍‌ ଆସିଥିଲା। ଅପରପାର୍ଶ୍ୱର ବ୍ୟକ୍ତିଜଣକ ନିଜକୁ ବାଙ୍ଗାଲୁରର ଏକ ଫର୍ଣ୍ଣିଚର ଶୋ’ରୁମର ମାଲିକ ରାହୁଲ ବୋଲି ପରିଚୟ ଦେଇଥିଲେ।

ଏହାପରେ ବିଶ୍ୱାସ ଜନ୍ମାଇ ସେ ଆଇପିଏ ଅଫିସରଙ୍କ ପତ୍ନୀ ଓ ତାଙ୍କ ରୋଷେୟାଙ୍କ ଆକାଉଣ୍ଟ ନମ୍ବର ହାତେଇ ନେଲେ। ଏହାପରେ ମହିଳାଙ୍କ ଆକାଉଣ୍ଟରୁ ୧.୦୭ ଲକ୍ଷ ଟଙ୍କା ଓ ତାଙ୍କ ରୋଷେୟାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। 

Advertisment

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ପାରିନି।

Cyber Fraud Delhi Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe