Advertisment

ରେଡ୍‌ ପାଇଁ ଯାଇଥିବା ବେଳେ ଆକ୍ରମଣ କଲେ ମଦ ମାଫିଆ; ଦୁଇ ଏସ୍‌ଆଇ ଆହତ

ଏହି ଘଟଣାରେ ପୁଲିସ ୪ ଜଣ ମଦ ମାଫିଆଙ୍କୁ ଅଟକ ରଖିଛି।

author-image
Tapaswini Nayak
Sabarang police station

Sabarang police station

ରେଡ୍‌ ପାଇଁ ଯାଇଥିବା ବେଳେ ପୁଲିସ ଉପରକୁ ଆକ୍ରମଣ କଲେ ମଦ ମାଫିଆ। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଇଛାପୁରରେ ଥିବା ଏକ ହୋଟେଲରେ। ମଦ ମାଫିଆଙ୍କ ଆକ୍ରମଣରେ ଦୁଇ ପୁଲିସ ଏସ୍‌ଆଇ ଆହତ ହୋଇଛନ୍ତି। ସେମାନେ ହେଲେ ପୁଲିସ SI ରାମଚନ୍ଦ୍ର ପାତ୍ର ଓ SI ଜୟଶ୍ରୀ ଦାସ। 

Advertisment

ଇଛାପୁରରେ ଥିବା ଏକ ହୋଟେଲରେ  ଚୋରା ଦେଶୀ ଓ ବିଦେଶୀ ମଦ ବେପାର ଚାଲିଥିବା ସ୍ଥାନୀୟ ଲୋକେ ପୁଲିସ ନିକଟରେ ଅଭିଯୋଗ କରି ଆସୁଥିଲେ। ଗତକାଲି ସେଠାର ମଦ ବିକ୍ରି ହେଉଥିବା ସାବରଙ୍ଗ ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୁଲିସ ଏସ୍‌ଆଇ ରାମଚନ୍ଦ୍ର, ଜୟଶ୍ରୀଙ୍କ ସମେତ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ।

 ପୁଲିସକୁ ଦେଖି ମଦ ମାଫିଆ ମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ସେମାନଙ୍କ ଉପରେ ଆମ୍ରକଣ କରିଥିଲେ। ମାଫିଆଙ୍କ ଆକ୍ରମଣରେ ଦୁଇ ଏସ୍‌ଆଇ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି। 

Advertisment

ଏହି ଘଟଣାରେ ପୁଲିସ ୪ ଜଣ ମଦ ମାଫିଆଙ୍କୁ ଅଟକ ରଖିଛି। ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ପୁଲିସ ସେମାନଙ୍କୁ ଧରିବାକୁ ଖୋଳତାଡ କରୁଛି ଓ ଘଟଣାର ତଦନ୍ତ କରୁଛି।

Odisha Police Bhadrak