/odisha-reporter/media/post_attachments/uploadimage/library/16_9/16_9_0/IMAGE_1709710833.jpg)
Police station
ବ୍ୟାଙ୍କରୁ ପିଏମ ଆବାସ ଟଙ୍କା ଉଠାଇ ଘରକୁ ଯାଉଥିଲେ ଦମ୍ପତି। ବାଟରେ ଗାଡ଼ି ରଖି ଫଳ କିଣୁଥିବା ସମୟରେ ଡିକି ଭାଙ୍ଗି ୫୦ହଜାର ଟଙ୍କା ନେଇଗଲେ ଲୁଟେରା। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ସହରରେ।
Advertisment
ଗତକାଲି ବେଲପଡା ଥାନା ଡ଼ୁମେରମୁଣ୍ଡା ଗାଁର ପରକ୍ଷିତ ବନଛୋର ଓ ତାଙ୍କ ପତ୍ନୀ ପିଏମ ଆବାସ ଟଙ୍କା ଉଠାଇବା ପାଇଁ ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ବାଇକ୍ରେ ଘରକୁ ଯିବା ସମୟରେ ବାଟରେ ଅଟକି ଫଳ କିଣିଥିଲେ। ଗାଡ଼ିକୁ ଫଳ ଦୋକାନ ଆଗରେ ରଖିଥିଲେ। ଫଳ କିଣି ଆସିବା ପରେ ପରକ୍ଷିତ ବାଇକ ଡିକି ଭଙ୍ଗା ହୋଇଥିବା ଦେଖିଥିଲେ।
ପରେ ଡିକିରେ ଟଙ୍କା ନଥିବା ଦେଖିବାକୁ ପାଇଥିଲେ। କେହି ଦୁର୍ବୃତ୍ତ ଆସି ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ନେଇଯାଇଥିବା ପରକ୍ଷିତ ଅଭିଯୋଗ କରିଛନ୍ତି। ଏନେଇ ସେ ବେଲପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଦୋକାନରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
