Advertisment

ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା

ଗତକାଲି କିଛି ସଶସ୍ତ୍ର ନକ୍ସଲ ଆସି ସୋଡ଼ି ଓ ମାଡ଼ବିଙ୍କୁ  ଘରୁ ଡାକି ନେଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Naxal

Naxal

ନକ୍ସଲଙ୍କ ବର୍ବରକାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ। ମୃତକ ହେଲେ ସୋଡି ହୁଙ୍ଗା ଓ ମାଡ଼ବି ନନ୍ଦା।

Advertisment

ଗତକାଲି କିଛି ସଶସ୍ତ୍ର ନକ୍ସଲ ଆସି ସୋଡ଼ି ଓ ମାଡ଼ବିଙ୍କୁ  ଘରୁ ଡାକି ନେଇଥିଲେ। ପରେ଼ ଜଙ୍ଗଲରେ ଉଭୟଙ୍କୁ ମାଡ଼ ମାରିବା ସହ ହତ୍ୟା କରିଥିଲେ। ଆଜି ସକାଳେ ଉଭୟଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ।

ଏନେଇ ପୁଲିସକୁ ଖବର ଦେବା ସହ  ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।। ପୁଲିସ ମୃତଦେହକୁ ଉଦ୍ଧାର କରିବା ସହ ସେହି ଅଞ୍ଚଳରେ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରିଛି।

Advertisment
Malkangiri Naxal Attack