Advertisment

ଉଲଗ୍ନ ହୋଇ ମା’ଝିଅ ରାସ୍ତାରେ ଚାଲିବା ଘଟଣା; ସୁନ୍ଦରଗଡ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ

ମାନବଅଧିକାର କର୍ମୀ ତଥା ସୁପ୍ରିକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଦାଖଲ କରିଥିବା ପିଟିସନ ଆଧାରରେ ଆୟୋଗ ଦୁଇ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ।

author-image
Niharika Rout
Family

Family

ସୁନ୍ଦରଗଡ଼ରେ ରାଜରାସ୍ତାରୁ ଉଲଗ୍ନ ଅବସ୍ଥାରେ ଜଣେ ମହିଳା ଓ ତାଙ୍କ ଝିଅ ଉଦ୍ଧାର ହେବା ଘଟଣାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏହି ଘଟଣାରେ ସୁନ୍ଦରଗଡ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଏପରି ଏକ ସ୍ପର୍ଶକାତର ଘଟଣାରେ ପ୍ରଶାସନ ତରଫରୁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ରିପୋର୍ଟ ତଲବ କରିଛନ୍ତି NHRC ।

Advertisment

ମାନବଅଧିକାର କର୍ମୀ ତଥା ସୁପ୍ରିକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଦାଖଲ କରିଥିବା ପିଟିସନ ଆଧାରରେ ଆୟୋଗ ଦୁଇ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି । ଅନ୍ୟପଟେ ଉଦ୍ଧାର ମା’, ଝିଅଙ୍କୁ ଛତିଶଗଡ଼ରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ପ୍ରଶାସନ। ତେବେ ସ୍ଥାନୀୟ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତ ଶନିବାର ମା’ ଝିଅ ଉଲଗ୍ନ ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଚାଲି ଯାଉଥିଲେ। ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟ ଦେଇ ଯାଉଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଉଲଗ୍ନ ଦୁଇ ମହିଳାଙ୍କୁ ଉଦ୍ଧାର କରି ଆସ୍ଥା ଗୃହକୁ ନେଇଥିଲେ। ସେଠାରେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଏହାପରେ ସେମାନଙ୍କ ଘର ଛତିଶଗଡ଼ ବୋଲି ଜଣାପଡ଼ିବାରୁ ପରିବାରକୁ ଖବର ଦିଆଯାଇଥିଲା।

Advertisment

ମହିଳାଙ୍କ ଯାଆ ଓ ସାନ ଝିଅ ପହଞ୍ଚି ପରିଚୟ ଦେବା ସହ ଉଭୟଙ୍କ ମାନସିକ ସ୍ଥିତି ଠିକ୍ ନଥିବା କହିଥିଲେ। ଏହାପରେ ଗତକାଲି ସେମାନେ ଉଭୟଙ୍କୁ ଧରି ନିଜ ଗାଁକୁ ଫେରି ଯାଇଥିବା ଜଣାଯାଇଛି। 

Sundargarh