Advertisment

ବିଦେଶରେ ପୁଞ୍ଜି ଖଟାଇଲେ ଅଧିକ ଲାଭ ମିଳିବ, କହି ଲୁଟିନେଲେ ୫ କୋଟି ଟଙ୍କା

ଅଙ୍କୁର କୁମାର ଅଗ୍ରୱାଲ ନାମକ କୋଇଲା ବ୍ୟବସାୟୀ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲାର ଛାନଭିନ ଆରମ୍ଭ କରିଛି।

author-image
Niharika Rout
Police

Police

ବିଦେଶରେ ପୁଞ୍ଜି ନିବେଶ କଲେ ଅଧିକ ଲାଭବାନ ହେବେ। ଖୁବ୍‌ ଜଲଦି ଅର୍ଥ ବହୁଗୁଣ ହୋଇଯିବ । ଆଉ ଆପଣ ହୋଇଯିବେ ମାଲେମାଲ । ଏପରି ଲୋଭନୀୟ ଅଫର୍‌ ଦେଇ ଏକ ଗ୍ୟାଙ୍ଗ ଜଣେ ବ୍ୟବସାୟୀଙ୍କଠାରୁ ଲୁଟି ନେଇଛନ୍ତି ୫.୩୯ କୋଟି ଟଙ୍କା । ଏପରି ଏକ ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଛି।

Advertisment

ଅଙ୍କୁର କୁମାର ଅଗ୍ରୱାଲ ନାମକ କୋଇଲା ବ୍ୟବସାୟୀ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲାର ଛାନଭିନ ଆରମ୍ଭ କରିଛି।

ଅଙ୍କୁରଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମେ ମନ୍ଦାର କୋଲଟେ ନାମକ ବ୍ୟକ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ତାଙ୍କୁ ବିଦେଶରେ ପୁଞ୍ଜି ନିବେଶ କରିବାକୁ ପ୍ରବର୍ତ୍ତାଇଥିଲେ। ଏଥିରେ ତାଙ୍କୁ ୧୭ ଜଣ ତାଙ୍କୁ ସହାୟତା ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁମ୍ବାଇର ବୋଲି ଜଣାଯାଇଛି। ଅଙ୍କୁରଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ତାଙ୍କୁ ଧରି ବିଭିନ୍ନ ବଡ଼ ବଡ଼ ହୋଟେଲରେ ବୈଠକ କରି ଫସାଇଥିଲେ।

Advertisment

ଏହାପରେ ତାଙ୍କଠାରୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୫.୩୯ କୋଟି ଟଙ୍କା ନେଇଗଲେ। କିନ୍ତୁ ଖୁବ୍‌ ଶୀଘ୍ର ଅଙ୍କୁର ଚଞ୍ଚକତାର ଶିକାର ହେଉଥିବା ଜାଣିବାକୁ ପାଇଲେ। ଏହାପରେ ଆରୋପୀମାନେ ଦେଇଥିବା ଏକ ଡିମାଣ୍ଡ ଡ୍ରାଫ୍ଟ ବି ମିଥ୍ୟା ପ୍ରମାଣିତ ହୋଇଥିଲା। ଏ ନେଇ ସେ ଥାନାର ଦ୍ୱାରସ୍ଥ ହେବା ପରେ ପୁଲିସ୍‌ ୧୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଘଟଣାରେ ପୁଲିସ୍‌ ଯାଞ୍ଚ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ନାହିଁ।

Loot Maharashtra Lootera