Advertisment

ମମିତାଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ; ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ସୋମବାର ହଷ୍ଟେଲରୁ ମମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

ଅଦ୍ୟତନ ହୋଇଛି
student

student

Advertisment

ଆଇଆଇଟି ହାଇଦ୍ରାବାଦରେ ପଢ଼ୁଥିବା ସୋନପୁର ଜିଲ୍ଲାର ଝିଅ  ନମିତା ନାୟକଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ। କଲେଜ କର୍ତ୍ତୃପକ୍ଷ ମମିତା ଆତ୍ମହତ୍ୟା କରିଥିବା କହୁଥିବା ଥିବା ବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ନମିତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। 

Advertisment

ସେ କହିଛନ୍ତି, ମୋ ଝିଅ ମେଧାବୀ ଛାତ୍ରୀ ଥିଲା। ତାକୁ  କଲେଜରେ ରାଗିଂ କରାଯାଉଥିଲା। ସେ ଆତ୍ମହତ୍ୟା କରିନାହିଁ। ମୋ ଝିଅକୁ ହତ୍ୟା କରାଯାଇଛି। ମୋ ଝିଅକୁ ନ୍ୟାୟ ଦରକାର।” 

ସୋମବାର ହଷ୍ଟେଲରୁ ମମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।। ମମିତା ଆତ୍ମହତ୍ୟା କରିଥିବା କଲେଜ କର୍ତ୍ତୃପକ୍ଷ ସଂଗାରେଡ୍ଡୀ ପୁଲିସକୁ ସୂଚନା ଦେଇଥିଲେ। ଏହାସହ ମମିତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ମମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ଏହାସହ ତାଙ୍କ ରୁମ୍‌ରୁ ସୁଇସାଇଡ ନୋଟ୍ ଜବତ କରିଥିଲା। 

Advertisment

ସେଥିରେ ଛାତ୍ରୀ ଜଣକ ଅର୍ଥାଭାବ ଓ ପାଠ ପଢ଼ାର ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଲେଖିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ ମମିତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସଂଗାରେଡ୍ଡି ହସପିଟାଲକୁ ପଠାଇଛି। ଆଜି ମମିତାଙ୍କ ମୃତଦେହ ନିଜ ଗାଁରେ ପହଞ୍ଚିବ। ଝିଅର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

୨୧ ବର୍ଷୀୟ ମମିତା ଚଳିତ ବର୍ଷ ଜୁଲାଇ ୨୬ ତାରିଖରେ ତେଲେଙ୍ଗାନା ରାଜ୍ୟର ସଂଗାରେଡ୍ଡୀ ଠାରେ ଥିବା IIT, ହାଇଦ୍ରାବାଦରେ ଏମ.ଟେକ୍
ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ସେ କଲେଜ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ।  ନମିତାଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନ ଡୁମୁରି ଗାଁର। 

Odisha Student Suicide IIIT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe