Advertisment

ଡକାୟତି ପାଇଁ ଯୋଜନା କରୁଥିଲେ, ମାଡ଼ି ବସିଲା ପୁଲିସ୍‌

ଗିରଫ ୪ ଅଭିଯୁକ୍ତ ବାହାର ରାଜ୍ୟର ହୋଇଥିବାବେଳେ ସେମାନଙ୍କ ନାଁରେଏକାଧିକ ଅପରାଧିକ ମାମଲା ରହିଛି।

Accused

Accused

Advertisment

ବିଳମ୍ବିତ ରାତିରେ ଡକାୟତି ପାଇଁ ଯୋଜନା କରୁଥିଲେ। ଖବର ପାଇଁ ଅଚାନକ ମାଡ଼ି ବସିଲା ପୁଲିସ୍‌। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।ପୁଲିସ ୪ଜଣ ଡକାୟତଙ୍କୁ ଗିରଫ କରିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟ ଏବଂ ଓମଫେଡ୍ ମଝିରେ ଥିବା ଅନ୍ଧାରୁଆ ରାସ୍ତାରେ ଡକାୟତମାନେ
ସାଧାରଣ ଲୋକଙ୍କୁ ଲୁଟ୍ କରିବାକୁ ଯୋଜନା କରୁଥିବା କମିଶନରେଟ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୁଲିସ ଘଟଣସ୍ଥଳରେ ଚଢ଼ାଉ କରିଥିଲା। ଅନ୍ଧକାରର ସୁଯୋଗ ନେଇ ଡକାୟତମାନେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ହେଲେ ପୁଲିସ ୪ ଜଣ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

ଗିରଫ ୪ ଅଭିଯୁକ୍ତ ବାହାର ରାଜ୍ୟର ହୋଇଥିବାବେଳେ ସେମାନଙ୍କ ନାଁରେଏକାଧିକ ଅପରାଧିକ ମାମଲା ରହିଛି। ପୁଲିସ ୪ ଜଣଙ୍କୁ ଗିରଫ କରିବା ସହ ଏ ନେଇ ଅଧିକ ଖୋଳତାଡ଼ ଚଳାଇଛି।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe