Advertisment

CRPFର ପୂର୍ବତନ ଡିଜିଙ୍କ ଘରେ କଳାକନା ବୁଲାଇ ଦେଲେ ଲୁଟେରା

ଘରୁ ନଗଦ ଟଙ୍କା ଓ କିଛି ଅସବାବପତ୍ର ଚୋରି ହୋଇଥିବା ଏତଲାରେ ଦର୍ଶା ଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
loot

loot

 CRPFର ପୂର୍ବତନ ଡିଜିଙ୍କ ଘରେ କଳାକନା ବୁଲାଇ ଦେଲେ ଲୁଟେରା। CRPFର ପୂର୍ବତନ ଡିଜି ବ୍ରଜ ବିହାରୀଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁରୁଣା ଭୁବନେଶ୍ୱର ରଥ ରୋଡ଼ ସ୍ଥିତ ଘରୁ ଚୋରି ହୋଇଥିବା ନେଇ ପୂର୍ବତନ ଡିଜି ଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି।

Advertisment

ଘରୁ ନଗଦ ଟଙ୍କା ଓ କିଛି ଅସବାବପତ୍ର ଚୋରି ହୋଇଥିବା ଏତଲାରେ ଦର୍ଶା ଯାଇଛି। ଅଭିଯୋଗ ପରେ CRPFର ପୂର୍ବତନ ଡିଜିଙ୍କ ଘର ନିକଟରେ ଲାଗିଥିବା ସିସଟିଭି ଯାଞ୍ଚ କରିବା ସହ ଲିଙ୍ଗରାଜ ଥାନା ପୁଲିସ ଛାନଭିନ୍ ଚଳାଇଛି ।

ଶାରଦୀୟ ଦୁର୍ଗାପୂଜା ପାଖେଇ ଆସୁଥିବାରୁ କମିଶନରେଟ ପୁଲିସ ପକ୍ଷରୁ ନାଇଟ୍‌ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ପ୍ରତିଛକରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସତ୍ତ୍ୱେ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। CRPFର ପୂର୍ବତନ ଡିଜିଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି।

Advertisment
Bhubaneswar Loot