Advertisment

ଶର୍ଟ ସ୍କର୍ଟ କି ଉତ୍ତେଜକ ନୃତ୍ୟ, ପୁଲିସ ନିର୍ଦ୍ଧାରଣ କରିପାରିବନି ଅଶାଳୀନତା: ବମ୍ବେ ହାଇକୋର୍ଟ

୬ ଜଣ ମହିଳା ଏକ କାର୍ଯ୍ୟକ୍ରମରେ ଛୋଟ ପୋଷାକ ପିନ୍ଧି ନୃତ୍ୟ କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ଅଙ୍ଗଭଙ୍ଗୀ ମଧ୍ୟ ପରିବେଷଣ କରିଥିଲେ।

ଅଦ୍ୟତନ ହୋଇଛି
Bombay High Court

Bombay High Court

Advertisment

ଶର୍ଟ ସ୍କର୍ଟ ପିନ୍ଧି ମହିଳାମାନେ ଉତ୍ତେଜକ ନୃତ୍ୟ ପରିବେଷଣ କରୁଛନ୍ତି କିମ୍ବା ସେମାନଙ୍କ ନୃତ୍ୟ ଅଶାଳୀନତାକୁ ଇଙ୍ଗିତ କରୁଛି, ଏନେଇ ପୁଲିସର ମନ୍ତବ୍ୟକୁ ବିଚାରକୁ ନିଆଯାଇ ପାରିବନାହିଁ କି ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବ ନାହିଁ। ଏକ ମାମଲାର ଶୁଣାଣି ସମୟରେ ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ। 

Advertisment

ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ମେ ୩୧ରେ ଆବେଦନ ହୋଇଥିବା ଏକ ମାମଲାର ଶୁଣାଣି କରି ପୁଲିସ କରିଥିବା ଅଭିଯୋଗକୁ ଖାରଜ କରିଦେଇଛନ୍ତି। 

ଅଭିଯୋଗ ଅନୁସାରେ ୬ ଜଣ ମହିଳା ଏକ କାର୍ଯ୍ୟକ୍ରମରେ ଛୋଟ ପୋଷାକ ପିନ୍ଧି ନୃତ୍ୟ କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ଅଙ୍ଗଭଙ୍ଗୀ ପରିବେଷଣ କରିଥିଲେ। ଏହି ସମୟରେ କିଛି ଦର୍ଶକ ସେମାନଙ୍କ ଉପରକୁ ଜାଲ୍ ନୋଟ୍ ଫିଙ୍ଗିଥିଲେ। ପୁଲିସ ଉକ୍ତ ସ୍ଥାନରୁ ମଦ ବୋତର ଜବତ କରିବା ସହ କିଛି ଲୋକଙ୍କୁ ଗିରଫ କରିଥିଲା।

Advertisment

ପୁଲିସର ଗିରଫଦାରୀକୁ ଅଭିଯୁକ୍ତମାନେ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶୁଣାଣି ସମୟରେ ଅଭିଯୁକ୍ତମାନେ ଅଦାଲତକୁ କହିଥିଲେ ଯେ, ସେମାନେ ଆଇପିସି ଧାରା ୨୯୪ (ଅଶ୍ଳୀଳତା)ର ଉଲ୍ଲଙ୍ଘନ କରିନାହାନ୍ତି। କାରଣ ସେମାନେ ଏକ ରିସର୍ଟରେ ଭୋଜିଭାତ ସମୟରେ ଏପରି ନୃତ୍ୟ ପରିବେଷଣର ମଜା ନେଇଛନ୍ତି। କୌଣସି ସର୍ବସାଧାରଣ ସ୍ଥାନରେ କିମ୍ବା ଜନ ସାଧାରଣଙ୍କୁ ଖରାପ ଲାଗିବା ଭଳି କିମ୍ବା ଅଶ୍ଳୀଳ ଇଙ୍ଗିତ କରିବା ଭଳି କାର୍ଯ୍ୟ କରିନାହାନ୍ତି।

ଏପରିକି ଏହି ଘଟଣାରେ ଅନ୍ୟ କେହି ବିରକ୍ତିକର ଅନୁଭବ କରି ଥାନାରେ ଏତଲା ଦେଇନାହାନ୍ତି, ବରଂ ପୁଲିସ ନିଜ ଆଡୁ ଏପରି ଅଭିଯୋଗ କରି ଆମକୁ ଗିରଫ କରିଛି।

ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ବିଚାରପତି ବିନୟ ଯୋଶୀ ଏବଂ ବାଲ୍ମିକୀ ଏସଏ ମେନେଜସ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ପୁଲିସର ଗିରଫଦାରୀକୁ ରଦ୍ଦ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ବର୍ତ୍ତମାନ ମହିଳାଙ୍କ ସ୍ୱିମ୍(ଗାଧୁଆ) ପୋଷାକ କିମ୍ବା ଏହିପରି ଛୋଟ ପୋଷାକ ପରିଧାନକୁ ଭାରତୀୟ ସମାଜ ଗ୍ରହଣ କରୁଛି। ସେନ୍ସର୍ ବୋର୍ଡର ଅନୁମତି କ୍ରମେ ଚଳଚ୍ଚିତ୍ରରେ ମଧ୍ୟ ଛୋଟ ପୋଷାକ ପରିଧାନରେ ଫିଲ୍ମ ରିଲିଜ୍ ହେଉଛି। 

ଏପରିକି ସୌନ୍ଦର୍ଯ୍ୟ ଆଧାରରେ ମଧ୍ୟ ସର୍ବସାଧାରଣରେ ଛୋଟ ପୋଷାକ ପରିଧାନକୁ ଅନୁମତି ଏବଂ ଗ୍ରହଣ ମଧ୍ୟ କରାଯାଉଛି। ଉକ୍ତ ମାମଲାରେ ମଧ୍ୟ କୌଣସି ସର୍ବସାଧାରଣଙ୍କ ପକ୍ଷରୁ ଅଶାଳୀନ ଇଙ୍ଗିତ କରାଯାଉଥିବା ନେଇ ଅଭିଯୋଗ କରାଯାଇ ନାହିଁ। ତେଣୁ କେବଳ ପୁଲିସର ଦୃଷ୍ଟିଭଙ୍ଗୀ ଅନୁସାରେ ଅଭିଯୁକ୍ତମାନଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୨୯୪ (ଅଶ୍ଳୀଳତା) ଅନୁସାରେ ଦଣ୍ଡ ଦିଆଯିବ ନାହିଁ। ଏହି ମାମଲାକୁ ଖାରଜ କରାଯାଉଛି ବୋଲି ଅଦାଲତ ରାୟରେ ଶୁଣାଇଛନ୍ତି।

Bombay High Court Order Low Nudity Obscenity Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe