Advertisment

'ସରି ଡଟର୍...' କହି ଭାବବିହ୍ୱଳ ହେଲା କେରଳ ପୁଲିସ

5 ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା। ପୁଲିସ କହିଲା 'ସରି ଡଟର୍... ଆମକୁ କ୍ଷମା କରିଦେବ'।

Police officials and locals near the crime spot

Police officials and locals near the crime spot

Advertisment

କେରଳରେ ଜଣେ 5 ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଭାବବିହ୍ୱଳ ହେଲା ପୁଲିସ। ଝିଅଟିକୁ ବଞ୍ଚାଇ ପାରିନଥିବାରୁ କେରଳ ପୁଲିସ 'ସରି ଡଟର୍'... କହି କ୍ଷମା ମାଗିଛି। କେରଳ ପୁଲିସ X(ପୂର୍ବର ଟ୍ୱିଟରରେ) ଏକ ପୋଷ୍ଟ ସେଆର୍ କରି କହିଛି, 'ଆମକୁ କ୍ଷମା କରିଦେବ ଝିଅ... ତୁମକୁ ତମ ବାପା-ମାଆଙ୍କ ପାଖକୁ ସୁରକ୍ଷିତ ଫେରାଇ ଆଣିବାରେ ଆମେ ବିଫଳ ହୋଇଛୁ।'

Advertisment

ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ବିହାରର ଏକ ଦମ୍ପତି 5 ବର୍ଷର ଝିଅକୁ ନେଇ କେରଳରେ ଏକ ରେସିଡେନ୍ସରେ ରହୁଥିଲେ। ଶୁକ୍ରବାର ଝିଅର ପତ୍ତା ନମିଳିବାରୁ ବାପା-ମାଆ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ସିସିଟିଭି ଭିଡିଓ ମାଧ୍ୟମରେ ଖୋଜାଖୋଜି କରି କରିଥିଲେ। ସେହି ବିଲ୍ଡିଂର ପ୍ରଥମ ମହଲାରେ ରହୁଥିବା ଜଣେ ବ୍ୟକ୍ତି ଝିଅଟିକୁ ଅପହରଣ କରି ନେଇଥିବା ଜାଣିବାକୁ ପାଇଥିଲା ପୁଲିସ। ଘଟଣାର ଏକ ଘଣ୍ଟା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ମାତ୍ର ସେ ଏପରି ନିଶାଶକ୍ତ ଅବସ୍ଥାରେ ଥିଲା ଯେ, ନିଖୋଜ ଝିଅ କେଉଁଠି ଅଛି କହିପାରିନଥିଲା। ଘଟଣାର ପର ଦିନ ଅଭିଯୁକ୍ତ ସତ ମାନିବା ପରେ ଝିଅଟିକୁ ଉଦ୍ଧାର କରାଯାଇଥିଲା। ମାତ୍ର ସେତବେଳକୁ ଝିଅଟିର ମୃତ୍ୟୁ ହୋଇ ସାରିଛି।

ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶିଶୁଟିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଘଟଣାକୁ ନେଇ ବିରୋଧୀ କଂଗ୍ରେସ ରାଜ୍ୟ ପୁଲିସର ଅପାରଗତାକୁ ଦାୟୀ କରିଛି। ପୁଲିସର ଅବହେଳା କାରଣରୁ ଏପରି ଅକ ଦୁଃଖଦା ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ଭି.ଡି ସାଥେସନ କହିଛନ୍ତି, "ପିଲାଟି ସେହି ସହରରେ ଥିଲା କିନ୍ତୁ ପୁଲିସ ସଠିକ୍ ସମୟରେ ପାଇ ପାରିଲାନି। ପୁଲିସ ନିଜେ କହୁଛି ଅଭିଯୁକ୍ତ ମଦ୍ୟପାନ ସହ ଡ୍ରଗ୍ସ ମଧ୍ୟ ନେଇଥିଲା। ରାଜ୍ୟ ସରକାର ନିଶା କାରବର ନିୟନ୍ତ୍ରଣ କରିବାରେ ଅସମର୍ଥ ବୋଲି ଏପରି ଘଟଣା ଘଟୁଛି। ବର୍ତ୍ତମାନ ସମୟରେ ଶିଶୁ ମଧ୍ୟ ସୁରକ୍ଷିତ ନାହାନ୍ତି। ଏଥିପାଇଁ ସରକାରଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।"

Advertisment
Minor Girl Rape Case Kerla Rape News Kerla Police Says Sorry Daughter Rape Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe