Advertisment

ଆଇ ଅମ୍ ସରି, ମୋତେ ଯିବାକୁ ପଡିବ... ମେସେଜ୍ ପଠାଇ ଆତ୍ମହତ୍ୟା କଲେ ଛାତ୍ରୀ

କଲେଜରେ ଯୌନ ନିର୍ଯାତନାର ଶିକାର ହୋଇଥିବା ମେସେଜରେ ଉଲ୍ଲେଖ। ନିର୍ଯାତିତ କରିଥିବା ଅଭିଯୁକ୍ତ ଫଟୋ ଭାଇରାଲ୍ କରିଦେବାକୁ ଦେଉଥିଲେ ଧମକ...

College

College

Advertisment

ବିଶାଖାପାଟନମର ଜଣେ ୧୭ ବର୍ଷୀୟ ଛାତ୍ରୀ କଲେଜ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ପରିବାର ଲୋକଙ୍କୁ ହୃଦୟ ବିଦାରକ ମେସେଜ୍ କରିଛନ୍ତି, ଯାହା କଲେଜରେ ଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଛାତ୍ରୀ ଜଣକ ତାଙ୍କ ଆତ୍ମହତ୍ୟାର କାରଣ ଯୌନ ନିର୍ଯାତନା ଦର୍ଶାଇଛନ୍ତି। କଲେଜରେ ତାଙ୍କୁ ନିର୍ଯାତନା ଦିଆଯିବା ସହ ବ୍ଲାକମେଲ୍ କରାଯାଇଥିବା ଅଭିଯୋଗ କରିଛନ୍ତି। 

Advertisment

ମୃତ ଛାତ୍ରୀ ଜଣକ ବିଶାଖାପାଟନମର ଏକ ପଲିଟେକ୍ନିକ୍ କଲେଜର ପାଠ ପଢୁଥିଲେ। ତାଙ୍କ ପରିଚୟ ଗୋପନ ରଖାଯାଇଛି। ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଛାତ୍ରୀ ଜଣକ ନିଖୋଜ ହୋଇଯାଇଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ତାଙ୍କୁ ବାରମ୍ବାର କଲ୍ କରିବା ପରେ ସେ ଉତ୍ତର ନଦେବାରୁ ଏନେଇ ପୁଲିସକୁ ଜଣାଇଥିଲେ। 

ଶୁକ୍ରବାର ରାତି ପ୍ରାୟ ୧୨.୫୦ ସମୟରେ, ଛାତ୍ରୀ ଜଣକ ପରିବାର ଲୋକଙ୍କୁ ମେସେଜ୍ କରିଥିଲେ ଏବଂ ଟେନସନ୍ ନ ନେବାକୁ କହିଥିଲେ। ମେସେଜରେ ସେ କହିଥିଲେ, "ଚିନ୍ତା କରନି, ମୋ କଥା ଶୁଣ, ମୁଁ ତୁମକୁ କହିପାରିବି ନାହିଁ ମୁଁ କାହିଁକି ଯାଉଛି ଆଉ ଯଦିଓ କହେ, ତୁମେମାନେ ବୁଝି ପାରିବ ନାହିଁ। ଦୟାକରି ମୋ କଥା ଭୁଲିଯାଅ। ମୁଁ ପ୍ରକୃତରେ ଖୁବ୍ ଦୁଃଖିତ। ମାଆ ଏବଂ ବାପା, ତୁମେ ମୋତେ ଜନ୍ମ ଦେଇ ପ୍ରତିପୋଷଣ କରିଥିବାରୁ ମୁଁ କୃତଜ୍ଞ। ଏଇଠୁ ମୋ ଯାତ୍ରା ଶେଷ ହେବାକୁ ଯାଉଛି।"

Advertisment

ଏଥିସହ ଗର୍ଭବତୀ ଥିବା ତାଙ୍କ ଭଉଣୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ସାନ ଭଉଣୀକୁ ଆବେଗଭରା ବାର୍ତ୍ତା ଦେଇଛନ୍ତି। ସାନ ଭଉଣୀଙ୍କୁ କହିଛନ୍ତି, "ତୋ ଭବିଷ୍ୟତ ଉପରେ ଧ୍ୟାନ ଦେବୁ, ଯାହା ପଢିବାକୁ ଚାହୁଁ ପଢିବୁ। କେବେ ବିଚଳିତ ହେବୁ ନାହିଁ, ମୋ ଭଳି ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହେବୁ ନାହିଁ। ସବୁବେଳେ ଖୁସିରେ ରହିବୁ, ତତେ ଏକ ଭଲ ଜୀବନ ମିଳୁ।"

ତା’ପରେ, ତାଙ୍କ ବାପାଙ୍କୁ ସମ୍ବୋଧିତ କରି ବିଶେଷ ନୋଟ୍ ଲେଖି କହିଛନ୍ତି, ସେ କଲେଜରେ ଯୌନ ନିର୍ଯାତନାର ଶିକାର ହୋଇଥିବାରୁ ଏପରି ପଦକ୍ଷେପ ନେଉଛନ୍ତି ବୋଲି ବାପାଙ୍କୁ ଜଣାଇଛନ୍ତି।

ବାପାଙ୍କୁ ଲେଖିଥିବା ନୋଟରେ କହିଛନ୍ତି, "ଆପଣ ପଚାରି ପାରନ୍ତି ମୁଁ କାହିଁକି ଫେକଲ୍ଟିଙ୍କ ନିକଟରେ ଅଭିଯୋଗ କଲିନାହିଁ, ଏଥିରେ କିଛି ଲାଭ ହେବ ନାହିଁ। ସେମାନେ (ନିର୍ଯ୍ୟାତନା ଦେଇଥିବା ବ୍ୟକ୍ତି) ମୋର ଫଟୋ ଉଠାଇ ରଖିଛନ୍ତି, ମୋତେ ଧମକ ଦେଉଛନ୍ତି। ଅନ୍ୟ ଝିଅମାନେ ମଧ୍ୟ ନିର୍ଯାତନାର ଶିକାର ହୋଇଛନ୍ତି। ହେଲେ ଆମେ ଏ ବିଷୟରେ କାହାକୁ କହିପାରୁନୁ। ଆମେ ମଧ୍ୟ କଲେଜ ଛାଡି ଯାଇପାରୁନୁ। ଏ ଭିତରେ ବାନ୍ଧି ହୋଇଯାଇଛୁ। ଯଦି ମୁଁ ପୁଲିସରେ ଅଭିଯୋଗ କରେ କିମ୍ବା କର୍ତ୍ତୃପକ୍ଷଙ୍କ ନିକଟକୁ ଯାଏ, ସେମାନେ ମୋ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ କରିଦେବେ।"

"ମୁଁ ଏହି ନିଷ୍ପତ୍ତି ନେବାର କାରଣ ହେଉଛି ଯଦି ମୁଁ ଏବେ ଚାଲିଯାଏ, ତେବେ ତମକୁ କିଛି ବର୍ଷ ପାଇଁ ଖରାପ ଲାଗିବ, ମନ ଦୁଃଖ କରିବ, ଆଉ ପରେ ଭୁଲିଯିବ। କିନ୍ତୁ ଯଦି ମୁଁ ବଞ୍ଚି ରହେ, ତେବେ ତମେ ମୋତେ ଯେତେବେଳେ ଦେଖିବ, ତମକୁ ସେତେବେଳେ ଖରାପ ଲାଗିବ। ଆଇ ଅମ୍ ସରି, ମୋତେ ଯିବାକୁ ପଡିବ..। 

ପରିବାର ଲୋକେ ଏପରି ମେସେଜ୍ ପଢିବା ପରେ ତୁରନ୍ତ ତାଙ୍କୁ ଜବାବ ଦେଇଥିଲେ, ପୁଲିସ ତୋ ପାଖରେ ପହଞ୍ଚୁଛି, କୌଣସି ଚରମ ନିଷ୍ପତ୍ତି ନ ନେବାକୁ ଅନୁରୋଧ କରିଥିଲେ। କିନ୍ତୁ କିଛି ସମୟ ପରେ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ସେ କଲେଜ ଛାତ ଉପରୁ ଡେଇଁ ଜୀବନ ହାରି ଦେଇଛନ୍ତି। 

ନାବାଳିକାଙ୍କ ବାପା କହିଛନ୍ତି, "ମୁଁ ଜାଣିବାକୁ ଚାହୁଁଛି, ମୋ ଝିଅ କାହିଁକି ଏପରି ନିଷ୍ପତ୍ତି ନେଲା। ମୁଁ ତାକୁ ବହୁତ ଯତ୍ନ ଆଉ ସ୍ନେହରେ ବଡ଼ କରିଥିଲି। ସେ ଦଶମ ଶ୍ରେଣୀରେ ଭଲ ମାର୍କ ରଖିଥିଲା, ଏହି କଲେଜରୁ ପଢି ଆଗକୁ ଆହୁରି ଉଚ୍ଚ ଶିକ୍ଷା ଅର୍ଜନ କରିବ ଆଶାରେ ତାକୁ ଆଡମିସନ୍ କରାଇଥିଲି।"

ସେପଟେ କଲେଜ ପ୍ରିନ୍ସିପଲ୍ ଯୌନ ନିର୍ଯାତନା କଥାକୁ ଏଡାଇ ଦେଇଛନ୍ତି। ଛାତ୍ରୀଙ୍କ ହଷ୍ଟେଲକୁ ପୁରୁଷଙ୍କୁ ଯିବାକୁ ଅନୁମତି ନାହିଁ ବୋଲି ସେ କହିଛନ୍ତି। ପ୍ରିନ୍ସିପଲ୍ କହିଛନ୍ତି, ହଷ୍ଟେଲରେ ମହିଳା ୱାଡେନ ଅଛନ୍ତି। ଆମେ ଛାତ୍ରୀଙ୍କ ଉପରେ ନଜର ରଖିଥାଉ।

ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସବୁ ଦିଗକୁ ଆଧାର କରି ତଦନ୍ତ କରାଯାଉଛି, କଲେଜ ଅଧ୍ୟାପକ ଏବଂ ଅନ୍ୟ ଛାତ୍ରମାନଙ୍କୁ ପଚରାଉଚରା କରାଯାଉଥିବା ଜଣେ ପୁଲିସ କର୍ମଚାରୀ କହିଛନ୍ତି। 

Suicide Student Suicide Sexual Assault
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe