Advertisment

ଭୁଲ୍ ଇଞ୍ଜେକସନ ଦେଇଦେଲେ ଡାକ୍ତର; ଚାଲିଗଲା ୫ମାସ ଶିଶୁର ଜୀବନ!

ଗତକାଲି ସକାଳେ ପାଞ୍ଚ ମାସର ଶିଶୁଟିକୁ ପରିବାର ଲୋକେ ଟିକା ଦେବା ପାଇଁ ବୁଗୁଡା ମେଡିକାଲକୁ ଆଣିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Police

Police

ଡାକ୍ତର ଭୁଲ୍ ଇଞ୍ଜେକସନ୍ ଦେବା ଯୋଗୁ ଚାଲିଗଲା ପାଞ୍ଚ ମାସ ଶିଶୁର ଜୀବନ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ନେଳିଆବନ୍ଧ ସାହିରେ। ଏନେଇ ବୁଗୁଡା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Advertisment

ଗତକାଲି ସକାଳେ ପାଞ୍ଚ ମାସର ଶିଶୁଟିକୁ ପରିବାର ଲୋକେ ଟିକା ଦେବା ପାଇଁ ବୁଗୁଡା ମେଡିକାଲକୁ ଆଣିଥିଲେ। ଟିକା ଗ୍ରହଣ କରି ଶିଶୁଟି ଘରକୁ ଫେରିଥିଲା। ବିଳମ୍ବିତ ରାତିରେ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାକୁ ବୁଗୁଡା ମେଡିକାଲକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁଟି ଡାକ୍ତର ଭୁଲ୍ ଇଞ୍ଜେକସନ୍ ଦେବା ଯୋଗୁ ତାର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏନେଇ ବୁଗୁଡା ମେଡିକାଲରେ  ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ମେଡିକାଲ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏନେଇ ବୁଗୁଡ଼ା ଡାକ୍ତରଖାନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Odisha Police Ganjam