Advertisment

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ନକ୍ସଲ

ବେଲମଗୁଟା ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିଥିଲା।

author-image
Tapaswini Nayak
Naxal

Naxal

ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବେଲମଗୁଟା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ନକ୍ସଲ। ମୃତ ୩ ନକ୍ସଲଙ୍କ ମଧ୍ୟରେ ଦୁଇ ମହିଳା ଥିବା ସୂଚନା ରହିଛି।

Advertisment

ବେଲମଗୁଟା ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିଥିଲା। ପରେ ଡିଆରଜି ଓ ସିଆରପିଏଫ ଯବାନ ମିଳିତ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ନକ୍ସଲମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ବିସ୍ଫୋରକ ସାମଗ୍ରୀ ସମେତ ବନ୍ଧୁକ ଜବତ କରିଛନ୍ତ ସୁରକ୍ଷା କର୍ମୀ।

ବେଲମଗୁଟା ଜଙ୍ଗଲରେ ଏରିଆ କମ୍ମିଟି କମାଣ୍ଡର (DVCM )ବିନୋଦ କର୍ମା,LOS ରାଜୁ ପୁନେମ, ACM ବିଶ୍ୱନାଥ ଭଳି ଟପ୍ ନକ୍ସଲ ସମେତ ୩୦ରୁ ଅଧିକ ନକ୍ସଲ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସୁରକ୍ଷା କର୍ମୀଙ୍କ କୁମ୍ବିଂ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।

Advertisment
Malkangiri