Advertisment

ଶ୍ରମିକଙ୍କ ମୃତ୍ୟୁକୁ ନେଇ ସିମେଣ୍ଟ କାରଖାନାରେ ଉତ୍ତେଜନା

ଗତ ରାତିରେ ଦେବରାଜ କମ୍ପାନୀରେ କାମ କରୁଥିବା ସମୟରେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Dead Labour

Dead Labour

କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ସ୍ଥିତ ଶ୍ରୀ ସିମେଣ୍ଟ କାରଖାନାରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ କମ୍ପାନୀ ଆଗରେ ଧାରଣା ଦେଇଛନ୍ତି। ମୃତ ଶ୍ରମିକ ଜଣଙ୍କ ହେଲେ ଦିବାକର ପ୍ରଧାନ। ।

Advertisment

ଗତ ରାତିରେ ଦିବାକର କମ୍ପାନୀରେ କାମ କରୁଥିବା ସମୟରେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଦେବରାଜଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ପରିବାର ଲୋକେ ସିମେଣ୍ଟ କମ୍ପାନୀ ଆଗରେ ଧାରଣା ଦେଇଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଦେବରାଜଙ୍କ ପରିବାର ସହ କୌଣସି ଆଲୋଚନା କରାଯାଇନାହିଁ।

ସରପଞ୍ଚଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ବିଶ୍ୱାଳ କହିଛନ୍ତି, ଦୁର୍ଘଟଣାରେ ପରେ ଦିବାକରଙ୍କୁ ଠିକ୍‌ ସମୟରେ ମେଡିକାଲ ନିଆଯାଇନଥିଲା। ମେଡିକାଲ ନେବା ବାଟରେ ବାଟରେ ଆମ୍ବୁଲାନ୍ସର ତେଲ ସରିଯାଇଥିଲା। ଯଦି ଠିକ୍ ସମୟରେ ମେଡିକାଲରେ ପହଞ୍ଚାଯାଇଥାନ୍ତା,ସେ ବଞ୍ଚିଯାଇଥାନ୍ତେ। ମେଡିକାଲରେ ଚିକିତ୍ସା ବାବଦକୁ କମ୍ପାନୀ ପକ୍ଷରୁ କିଛି ଟଙ୍କା ଖର୍ଚ୍ଚ କରାଯାଇନଥିଲା। ଦିବାକରଙ୍କର ଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସାପାଇଁ କୁହାଯାଇଥିଲା।

Advertisment
Cuttack